ପୁଣି ଦାଦନ ଯନ୍ତ୍ରଣା ; ଦୁବାଇ ରେ ଓଡ଼ିଆ ଶ୍ରମିକ ଙ୍କ ମୃତୁ
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡ଼ଙ୍ଗା):ଗତକାଲି ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ପଂଚାୟତ ପିଟଣାପଲ୍ଲୀ ଗ୍ରାମର ଜଣେ ଯୁବକ ଦୁବାଇ କୁ ଶ୍ରମିକ ଭାବେ ଯାଇ ଗତକାଲି ମୃତୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ପିଟଣାପଲ୍ଲୀ ଗ୍ରାମ ର ଶିବ ପ୍ରଧାନ ( ୪୦) ଗତ ତିନିମାସ ତଳେ ନିଜ ଅଞ୍ଚଳରେ ସେଭଳି କୌଣସି ସନ୍ତୋଷ ଜନକ କାମ ନ ମିଳିବାରୁ ଆର୍ଥିକ ଦୁରବସ୍ଥା ଭିଟରେ ବିଧବା ମାଆ ସମେତ ପଞ୍ଚପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟସାଧ୍ୟ ହେଲା l ଯା ଫଳରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ଜଣେ ଏଜେଣ୍ଟ ଙ୍କ ଜରିଆରେ ଧାରଉଧାର କରି ପ୍ରାୟ ଲକ୍ଷେ ଟଂକା ଦେଇ ସୁଦୂର ଦୁବାଇ କୁଁ କାମକରିବା କୁ ଯାଇଥିଲା l ସେଠାରେ ମାତ୍ର ତିନି ମାସ ହେଲା ଶ୍ରମିକ ଭାବେ କମକରିରହିଲା l ଗତକାଲି ଶ୍ରମିକ କାମ କରିବାକୁ ଶିବ କୁଁ ଭୋର ସମୟରେ ଡାକିବା ବେଳେ ସେ ଉଠି ନଥିଲା l ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଡାକ୍ତରଖାନା ନେଇଥିବା ବେଳେ ଡ଼ାକ୍ତର ମୃତୁ ଘୋଷଣା କରିଥିଲେ l ଶିବ ଙ୍କ ମୃତୁ ହୃଦଘାତ ଜନିତ ହୋଇଥିବା ସନ୍ଦେହ କରାଯାଉଛି l ଶିବ ର ମୃତ ଶରୀରକୁ ଫେରାଇ ଆଣିବା ପାଇଁ ପରିବାର ତରଫରୁ ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ, ସ୍ତାନୀୟ ବିଧାୟିକା ଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି l