ଜଳ ସେଚିତ ଚାଷୀମାନଙ୍କର ନାମ ପଂଜିକୃତ ପ୍ରକ୍ରିୟା ଆରମ୍ଭ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ବାଘୁଆ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଜଳ ଭଣ୍ଡାରରୁ ଯେଉଁ ସବୁ ଜମିକୁ ଚାଷ ପାଇଁ ଜଳ ଯୋଗାଣ ହେଉଅଛି ସେହି ସବୁ ଜମିର ଚାଷୀମାନଙ୍କ ନାମ ପଞ୍ଜିକୃତ ପ୍ରକିୟା ଆରମ୍ଭ ହୋଇଛି।ଡ଼ିସେମ୍ବର ୧୧ ତାରିଖ ଠାରୁ ୧୪ ତାରିଖ ପର‌୍ୟ୍ୟନ୍ତ ଚାଷୀ ମାନଙ୍କ ନାମ ପଞ୍ଜିକୃତ ପ୍ରକ୍ରିୟା ଚାଲୁ ରହିବା କଥା ଅତିରିକ୍ତ ନିର୍ବାହୀଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଛନ୍ତି । ବିଭାଗୀୟ କର୍ମଚାରୀ ବୃନ୍ଦ ଚାଷୀମାନଙ୍କୁ ଭେଟି ଏହି ନାମ ପଞ୍ଜିକୃତ କାର୍ଯ୍ୟ କରିବେ। ଚାଷୀ ଭାଇମାନେ ଏଥିରେ ସହଯୋଗ କରିବାକୁ ଅତିରିକ୍ତ ନିର୍ବାହୀଯନ୍ତ୍ରୀ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ