କୋଣାର୍କ ହାଇସ୍କୁଲ ମାଟ୍ରିକ ୧୯୮୮ ବ୍ୟାଚ ର ବନ୍ଧୁ ମିଳନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଯାତ୍ରୀନିବାସ ଠାରେ କୋଣାର୍କ ହାଇସ୍କୁଲର ୧୯୮୮ ବ୍ୟାଚ ମାଟ୍ରିକ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ସମାରୋହ ଆୟୋଜିତ ହୋଇଯାଇଛି । ଦୀର୍ଘ ୩୫ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମରେ କୋଣାର୍କ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଂଶୀଧର ସେଠ, ଅବସରପ୍ପ୍ରାପ୍ତ ଶିକ୍ଷକ ଶେଖ ଅମାନୁଲା, ନରେନ୍ଦ୍ର କୁମାର ପାତ୍ର, ଉପେନ୍ଦ୍ର ଭୋଳ, ବିଦ୍ୟାଧର ଜେନା, ସନାତନ ବିଶ୍ୱାଳ, ପ୍ରବୋଧ କୁମାର ସାମନ୍ତରାୟ ଏବଂ ବରିଷ୍ଠ ଶିକ୍ଷାଵିତ କୁଳମଣି ମହାନ୍ତି ଓ କୋଣାର୍କ ସାହିତ୍ୟ ସଂସଦ ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ପଣ୍ଡିତ ଅମରେଶ୍ୱର ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପୁରାତନ ଛାତ୍ର ପୂର୍ଣଚନ୍ଦ୍ର ମୁଦୁଲି ସଂଯୋଜନା କରିଥିଲେ। ପୁରାତନ ଛାତ୍ର ଅବନୀ ଭୂଷଣ ବାରିକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଡଭୋକେଟ ବିଜୟ କୁମାର ମହାନ୍ତି, ମିଟୁ ପ୍ରଧାନ, ନିଗମାନନ୍ଦ ପରିଡ଼ା, ସୁଷମା ପୃଷ୍ଟି, ପୀତବାସ ବେଉରା, ରମେଶ ଚନ୍ଦ୍ର ବେହେରା ଓ ସୁଶାନ୍ତ କୁମାର ବେଉରା,ଦିଲ୍ଲୀପ କୁମାର ଜେନା,ଶରତ ସାହୁ,ମାନସ ପଣ୍ଡିଆ,ମନୋଜ ନାୟକ,ନଟବର ନାୟକ,ଝରଣା ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ।