ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୫୧ ୟୁନିଟ ରକ୍ତ ସଂଗୃହୀତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗ୍ରୀଷ୍ମ ଋତୁରେ ସୃଷ୍ଟି ହେଉଥିବା ଉତ୍କଟ ରକ୍ତଭାବର ଦୂରୀକରଣ ଏବଂ ନୂତନ ରକ୍ତଦାତା ସୃଷ୍ଟି ଉଦ୍ଧେଶ୍ୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ନନ୍ଦିକ ଗ୍ରାମରେ ବିପଦର ବନ୍ଧୁ ଓଡିଶା ଏବଂ ନନ୍ଦିକ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ତଥା ଓଡ଼ିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ପ୍ରମୁଖ ସଚିବ ସୁରେନ୍ଦ୍ର ନାଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ଆତ୍ମା ଅଧ୍ୟକ୍ଷ ଗନ୍ତାୟତ ଦଳାଇ, ସିକିରି ସରପଞ୍ଚ ସୁରେଶ ବରଡ, ପୁଟିଆପଦର ସରପଞ୍ଚ ସୁଦର୍ଶନ ରାଉତ, ପ୍ରାକ୍ତନ ସରପଞ୍ଚ ରୋହିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉକ୍ତ ଶିବିରକୁ ଅନୀଲ ପରିଡା, ପବିତ୍ର ପାଣିଗ୍ରାହୀ ଏବଂ ନନ୍ଦିକ ଗ୍ରାମର ବହୁ ସଚେତନ ଯୁବକ ସମେତ ବିପଦର ବନ୍ଧୁ ଓଡିଶା ସଂଗଠନର ସକ୍ରିୟ ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ। ଏହି ଶିବିରରେ ବ୍ରହ୍ମପୁର ଏମକେସିଜି ରକ୍ତଭଣ୍ଡାରର କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିଲେ। ଗ୍ରୀଷ୍ମକାଳୀନ ରକ୍ତଭାବର ଦୂରୀକରଣ ଲାଗି ଏ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।