ସୋରଡ଼ା ପୋଲିସ ର ସଡ଼କ ସୁରକ୍ଷା ସଚେତନତା
ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଆମ ପୋଲିସ ସମିତି ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୋରଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମ ରେ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା। ଆମ ପୋଲିସ ସମିତି ଅଧକ୍ଷ ତଥା ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ଆମ ପୋଲିସ ସମିତି ର ବରିଷ୍ଠ ସଦସ୍ୟ ପ୍ରମୋଦ ପଟ୍ଟନାୟକ, ଜୋନ୍ ବାପିଷ୍ଟ ବେହେରା, ଏନ୍ ଏ ସି ଅଧକ୍ଷ ତଥା ସଦସ୍ୟ ଶିବ ଶଙ୍କର ପଣ୍ଡା, ସୋରଡ଼ା ବ୍ଲକ ଉପାଧ୍ୟକ୍ଷ, ଏବଂ ନୁଆଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ, ସରକାରୀ ଓକିଲ ରଜନୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ୨୦୦ ଉର୍ଦ୍ଧ ପୁରୁଷ ଓ ମହିଳା ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସଚେତନତା ସଭା ରେ ସୋରଡ଼ା ଥାନା ଅଧିକାରୀ ରମେଶ ପ୍ରଧାନ ଅସାବଧାନତା ବସତ୍ତଃ ହେଉଥିବା ଦୁର୍ଘଟଣା ସମ୍ପର୍କରେ ବୁଝାଇଥିଲେ ମୋବାଇଲ ବ୍ୟବହାର କଲା ସମୟ ରେ,ମଦ୍ୟପାନ କରି ଗାଡି ନଚଲେଇବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ଆୟୋଜିତ ସଚେତନତା ସଭା ରେ ସାମାଜିକ ବାସନ୍ଦ ପ୍ରର୍ଥା, ଅନଲାଇନ୍ ଠକେଇ ପ୍ରତି ସାବଧାନତା ଅବଲମ୍ବନ କରିବା ସହ ଓ ଗୁଣି ଗାରେଡ଼ି ପରି ଅନ୍ଧବିଶ୍ୱାସ ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ସଭା ସମାପ୍ତ ହେବା ପରେ ସମସ୍ତ ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ଓ ଭଦ୍ର ବ୍ୟକ୍ତି ଓ ମହିଳା ମାନେ ଜାତୀୟ ରାଜପଥ ରେ ଯାତାୟତ କରୁଥିବା ବାଇକ୍ ଚାଳକ ମାନଙ୍କୁ ହେଲମେଟ ପିନ୍ଧିବା ପାଇଁ ପରାମର୍ଶ ଦେବ ସହ ଯେଉଁମାନେ ଅସୁରକ୍ଷିତ ଯାତ୍ରା କରୁଛନ୍ତି ସେମାନଙ୍କୁ ଆମ ପୋଲିସ ସମିତି ତରଫରୁ ହେଲମେଟ ପ୍ରଦାନ କରାଯାଇଥିଲା।


