ଦିଗପହଣ୍ଡି ର ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ୧ ଲକ୍ଷ ଟଙ୍କା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଏବଂ ମୃତକ ଙ୍କ ପରିବାର ଲୋକଙ୍କୁ ସହାୟତା ନିମନ୍ତେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ଦିଗପହଣ୍ଡି ଏନ୍ ଏ ସି ୬ ନମ୍ବର ୱାର୍ଡର ସହଦେବ ମହାରଣାଙ୍କ ପୁଅ ସାମାଜିକ କର୍ମୀ ହିମାଂଶୁ ଚନ୍ଦ୍ର ମହାରଣା । ହିମାଂଶୁ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଡ଼. ଚିତ୍ତରଞ୍ଜନ ଦାସଙ୍କ ଜରିଆରେ ୧ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହିମାଂଶୁ ଙ୍କ ଏଭଳି ମହନୀୟତା କାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ପ୍ରଶଂସା କରାଯାଇଛି। ଚେକ ପ୍ରଦାନ ସମୟରେ ଅତିରିକ୍ତ ବିଡ଼ିଓ ପ୍ରଶାନ୍ତ ରଥ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।


