ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଆନୁକୂଲ୍ୟରେ ପାଇପ ଯୋଗେ ଗ୍ରାମାଞ୍ଚଳର ପ୍ରତ୍ୟେକ ଘର କୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ। ଏଥି ନିମନ୍ତେ ୩୮୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ନିମନ୍ତେ ବୁଧବାର ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟ ପୁର ଗ୍ରାମ ନିକଟରେ ଶିଳାନ୍ୟାସ କରାଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଡ଼ିଓ ଡ଼. ଚିତ୍ତରଞ୍ଜନ ଦାସ , ଅତିରିକ୍ତ ତହସିଲଦାର ସନାତନ ମହାଲିକ , ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର , ମେଗା ପ୍ରକଳ୍ପ ନିର୍ଦ୍ଦେଶକ ପି . ତରୁଣ ଶିବା କୁମାର , ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି , ଜିଲା ପରିଷଦ ସଦସ୍ୟା ସଂଯୁକ୍ତା କବି , ରାଧାକାନ୍ତ ମହାଙ୍କୁଡ , ବ୍ଲକ ଅଧ୍ଯକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ବଡଡୁମ୍ବୁଳା ସରପଞ୍ଚ ଗୀତାଞ୍ଜଳୀ ଜାନୀ , କରପଡା ସରପଞ୍ଚ ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ,ବି . ତୁରୁବୁଡି ସରପଞ୍ଚ ଲିଙ୍ଗରାଜ ଦୋରା , ଭୀଷ୍ମଗିରି ସରପଞ୍ଚ ଭାରତୀ ବ୍ରହ୍ମା , ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନୀ , ପଦ୍ମନାଭପୁର ପଞ୍ଚାୟତ ସମିତି ସଭ୍ୟା ଜି . ସୁନୀତା ରେଡ୍ଡୀ , ପୂର୍ବତନ ସମିତି ସଭ୍ୟ ଟି . ରାମାରାଓ ଙ୍କ ସମେତ ମେଗା ପାନୀୟ ଜଳ ପ୍ରକଳ୍ପର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳର ସଙ୍କଟ ଦୂରୀକରଣ କରାଯିବା ସହ ପ୍ରତ୍ୟେକ ଘରେ ଲୋକେ କିଭଳି ପାଇପ ଯୋଗେ ପାନୀୟ ଜଳର ସୁବିଧା ପାଇପାରିବେ ତାହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ପ୍ରକଳ୍ପ କୁ ମଞ୍ଜୁର କରିଛନ୍ତି । ବାଘଲଟି ଜଳସେଚନ ପ୍ରକଳ୍ପ ଓ ଘୋଡାହାଡ଼ ଜଳସେଚନ ପ୍ରକଳ୍ପରୁ ପାତ୍ରପୁର ଓ ଦିଗପହଣ୍ଡି ବ୍ଳକର ୨୫ ପଞ୍ଚାୟତର ଗ୍ରାମାଞ୍ଚଳ ମାନଙ୍କୁ ଏହି ମେଗା ପ୍ରକଳ୍ପ ଦ୍ବାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜଣାପଡିଛି।


