ମହିଳା ସ୍ବାସ୍ଥ୍ୟକର୍ମୀ ଙ୍କ ବଦଳି ଦାବି ଜିଲାପାଳ ଙ୍କୁ ସ୍ମାରକପତ୍ର  

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ଥିବା ସରକାରୀ ଉପସ୍ୱାସ୍ଥ୍ୟକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ ରଜନୀ ରାଣୀ ବେହେରା ଙ୍କୁ ବଦଳି ପାଇଁ ବହୁସଂଖ୍ୟକ ଗ୍ରାମବାସୀ ଦାବି କରିଛନ୍ତି।ଏନେଇ ଗ୍ରାମବାସୀ ଗଞ୍ଜାମ ଜିଲାପାଳ,ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସମେତ ସ୍ଥାନୀୟ ବିଧାୟକ ଡ଼.ସୂର୍ଯ୍ୟନାରାୟଣ ପାତ୍ର ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେ ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ୍ବ ହେଲା ଏଠାରେ କାର୍ଯ୍ୟ କରି ଆସୁଛନ୍ତି।ମହିଳା ସ୍ବାସ୍ଥ୍ୟକର୍ମୀ ଙ୍କ ବ୍ୟବହାର ରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି। ତାଙ୍କୁ କିଛିଦିନ ପୂର୍ବେ ଫାଶୀଗୁଡ଼ା ଗ୍ରାମ ସ୍ଥିତ ସରକାରୀ ଉପ ସ୍ୱାସ୍ଥ୍ୟକେନ୍ଦ୍ର କୁ ବଦଳି କରାଯାଇଥିଲା ମଧ୍ୟ ପୁଣି ବଦଳି ଆଦେଶ କୁ ବାତିଲ କରାଯାଇଥିବା ରୁ ଗ୍ରାମବାସୀ କ୍ଷୁବ୍ଧ ହୋଇଥିବା ଜଣାପଡିଛି।ମହିଳା ସ୍ବାସ୍ଥ୍ୟକର୍ମୀ ଙ୍କୁ ତୁରନ୍ତ ବଦଳି କରିବାକୁ ସଞ୍ଜୟ ପ୍ରଧାନ,ଦିଲ୍ଲୀପ କୁମାର ପ୍ରଧାନ,ଟୁଲୁ ପ୍ରଧାନ,ଏଲ୍.ରଘୁନାଥ ଦାସ,ତବତିଆ ପ୍ରଧାନ,ଏସ. କଂସ ଦୋରା, କେଦାର ସାହୁ ଙ୍କ ସମେତ ବହୁସଂଖ୍ୟକ ଗ୍ରାମବାସୀ ଦାବି କରିଛନ୍ତି।ଏନେଇ ଦିଗପହଣ୍ଡି ବ୍ଲକ ବମୋକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଚିଶ୍ମିତା ଚୌଧୁରୀ ଙ୍କୁ ପଚାରିବାରେ ମହିଳା ସ୍ବାସ୍ଥ୍ୟକର୍ମୀ ଙ୍କ ବଦଳି ହୋଇଥିଲା । ପୁଣି ବଦଳି ଆଦେଶ ବାତିଲ କରାଯାଇଥିବା ଶୁଣିବାକୁ ପାଇଛି।ଅମଲା ମାନଙ୍କ ଆନ୍ଦୋଳନ ଚାଲିଥିବାରୁ ସେ ସମ୍ପର୍କରେ ସବିଶେଷ ତଥ୍ୟ ତାଙ୍କ ନିକଟରେ ନଥିବା ଉଲ୍ଲେଖ କରିଛନ୍ତି।ମହିଳା ସ୍ବାସ୍ଥ୍ୟକର୍ମୀ ଙ୍କ ବଦଳି ଆଦେଶ କାହା ସ୍ବାର୍ଥ ରେ ଏବଂ କେଉଁ ଉଦ୍ଦେଶ୍ୟରେ ବାତିଲ କରାଗଲା ।ଏହାରି ପଛରେ କାହାର ହାତ ରହିଛି ସେ ନେଇ ତଦନ୍ତ କରାଯିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।ଅପରପକ୍ଷରେ ମହିଳା ସ୍ବାସ୍ଥ୍ୟକର୍ମୀ ଙ୍କୁ ଯୋଗାଯୋଗ କରିବାରେ ସେ ଏନେଇ କିଛି ଜାଣିନଥିବା କହିଛନ୍ତି।ସେ ନିୟମିତ ଭାବେ ଉପ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ କାର୍ଯ୍ୟ କରିଆସୁଛନ୍ତି।ତାଙ୍କୁ ଫାଶୀଗୁଡ଼ା ଗ୍ରାମ ଉପ ଉପ ସ୍ୱାସ୍ଥ୍ୟକେନ୍ଦ୍ର କୁ ବଦଳି ହୋଇଥିବା ଖବର ସେ ଶୁଣିଛନ୍ତି।କିନ୍ତୁ ସରକାରୀ ଭାବେ କୌଣସି ଚିଠି ସେ ପାଇ ନଥିବା କହିଛନ୍ତି।ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ପୁରସ୍କାର ପାଇଁ ମନୋନୟନ କୁ ନେଇ କିଛି ବ୍ୟକ୍ତି ପ୍ରତିବାଦ କରିବା ସହ ତାଙ୍କ ଉପରେ ଅସନୁଷ୍ଟ ହୋଇ ତାଙ୍କ ବଦଳି ପାଇଁ ମସୁଧା କରୁଥିବା ଉଲ୍ଲେଖ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ