ଯୁକ୍ତ ଦୁଇ କଳାରେ ଗଞ୍ଜାମ ବ୍ଲକ ଟପ୍ପର ଜ୍ୟୋତିଜେନା

ଗଞ୍ଜାମ, (ବିନୋଦ ପଲାଇ):ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଜଣେ କୃଷକଙ୍କ ଝିଅ ଜ୍ୟୋତି ଜେନା ସର୍ବାଧିକ ୬୦୦ ରୁ ୫୧୩ ମାର୍କ ରଖି ଗଞ୍ଜାମ ବ୍ଳକର ଟପ୍ପର ହୋଇଛନ୍ତି। ସେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସହିଦ ଭଗତ ସିଂ ମହାବିଦ୍ୟାଳୟର ଛାତ୍ରୀ ଅଟନ୍ତି। ଏହି ସଫଳତା ନିଜ ମହାବିଦ୍ୟାଳୟ ଓ ଅଞ୍ଚଳ ଏବଂ ପରିବାର ପାଇଁ ଗୌରବ ଆଣିଛନ୍ତି।ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର କୁଜିଢେପା ଗ୍ରାମର କୃଷକ ସୁକାନ୍ତ ଜେନା ଓ ସସ୍ମିତା ଜେନାଙ୍କ ଝିଅ ଜ୍ୟୋତି ପିଲାବେଳୁ ମେଧାବୀ ଛାତ୍ରୀ ଅଟନ୍ତି। ବିଭିନ୍ନ ସମୟରେ ବିଭିନ୍ନ ଵର୍ଗରେ ବୃତ୍ତି ପାଇଆସିଛନ୍ତି। ଏହାସହ ବକୃତା ଓ ପ୍ରବନ୍ଧରେ ନିଜର ପାରିଦର୍ଶିତା ଦେଖାଇଥିବା ବେଳେ, ସଚେତନାତ୍ମକ ମୂଳକ ଲେଖାଲେଖିବାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗଛ ଲଗାଇବାକୁ ଭଲ ପାଆନ୍ତି ।ଭବିଷ୍ୟତରେ ଶିକ୍ଷାଦାନ କରିବା ପାଇଁ ଶିକ୍ଷୟତ୍ରୀ ହେବାର ଲକ୍ଷ୍ୟ ରଖିଥିବା କହିବା ସହ ଏହି ସଫଳତା ଭଗବାନଙ୍କ ଆଶୀର୍ବାଦ ,ବାପା, ମାଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସ୍ବାଇଁ, ଅଧ୍ୟାପକ ଗୋୖରୀ ଶଙ୍କର ଶତପଥୀ, ଆଖଣ୍ଡଳମଣି ବେହେରାଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଏବଂ ବଡ଼ ଭଉଣୀ ଦୀପ୍ତିଜେନା, ଓ ମାମୁଁ ତପନ ତରେଇଙ୍କ ପ୍ରେରଣା ପାଇଁ ଏହା ସମ୍ଭବ ହୋଇଥିବାରୁ ସେମାନଙ୍କୁ ଏହ ଶ୍ରେୟ ଦେଇଛନ୍ତି। ଏହି ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ବାଇଁ ଅଞ୍ଚଳବାସୀ, ଓ ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ