ମାଟ୍ରିକ୍ ପରୀକ୍ଷାରେ ଗ୍ରେଡ ରଖିଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ତରଫରୁ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ ରଖିଥିବା ଏବଂ ଭଞ୍ଜନଗର ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଦଶମ ଏବଂ ପ୍ଳସ୍ ଟୁ ପରୀକ୍ଷାରେ ଟପର ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ସ୍ଥାନୀୟ ଡିହ ପଢାଳ ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସାହିତ୍ୟ ଘରର ସଭାପତି କୃତିବାସ ବିଶ୍ବାଳ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ସିନିୟର ବି.ଇ.ଓ ଏସ୍. ଧନଞ୍ଜୟ , ମୁଖ୍ୟ ବକ୍ତା ରୂପେ ପ୍ରବଚକ ପଣ୍ଡିତ ପ୍ରଦୀପ କୁମାର ଶାସ୍ତ୍ରୀ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେବା ସହ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ ଆରମ୍ଭରେ ବାହାଡାପଦର ଗାୟତ୍ରୀ ପରିବାରର ଶିକ୍ଷକ ସିମାଞ୍ଚଳ ପାତ୍ର, ଜୟଚନ୍ଦ୍ର ବିଷୋୟୀ ପ୍ରମୁଖ ବେଦପାଠ ପୂର୍ବକ ଅତିଥି ସ୍ବାଗତ କରିଥିବା ବେଳେ ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ତିନି ପ୍ରମୁଖ ଉପଦେଷ୍ଚା ମନୁନନ୍ଦ ପତି,ଶୂଳପାଣି ଶତପଥୀ ଓ ଜଗବନ୍ଧୁ ଜେନା ପ୍ରମୁଖ ଙ୍କ ସମେତ ଉପସଭାପତି ନେତାଜୀ ବିଷୋୟୀ, କୋଷାଧକ୍ଷ ତ୍ରିନାଥ ବେହେରା, ସଂଗଠନ ସଂପାଦକ ବିଶ୍ବମ୍ବର ଜେନା,ବରିଷ୍ଠ ସଦସ୍ୟ ପଞ୍ଚାନନ ପାଳ, ପ୍ରଧାନ ଶିକ୍ଷକ ଦଲ୍ଲିପ କୁମାର ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହିବା ସହ ବକ୍ତବ୍ୟ ରଖିଥିଲେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂପାଦକ ସନ୍ତୋଷ ଜେନା ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ସୁବାଷ ଚନ୍ଦ୍ର ତାରିଣୀ, ରବି ନାରାୟଣ ମହାନ୍ତି, ପଦ୍ମନାଭ ପ୍ରଧାନ, ଚିନ୍ମୟ କୁମାର ବେବର୍ତା, ଜଗଦୀଶ ପାଣିଗ୍ରାହୀ,ସୁଦାମ ଦଳବରା,ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ମେଧବୀ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ଗ୍ରାମ ପଞ୍ଚାୟତ ହାଇସ୍କୁଲର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏଥିରେ ବ୍ଳକର ପଚାଶରୁ ଉର୍ଦ୍ଧ୍ବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର, ଉପଢ଼ୌକନ,ଗୀତା ବହି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକ୍ରମରେ ଉକ୍ତ ଛାତ୍ର ଛାତ୍ରୀଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମରେ ସାହିତ୍ୟ ଘରର ଉପସଭାପତି ନେତାଜୀ ବିଷୋୟୀଙ୍କୁ ସରକାରୀ ଚାକିରୀରୁ ଏବିଇଓ ରୂପେ ଅବସର ଗ୍ରହଣ କରିଥିବା ହେତୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଭାଗ୍ୟଶାଳୀ ବିଜେତା ରୂପେ ସଦସ୍ୟ ଚିନ୍ମୟ କୁମାର ବେବର୍ତା, ଛାତ୍ରୀ ଶତାବ୍ଦୀ ତ୍ରିପାଠୀ, ଅଭିଭାବକ କାମଦେବ ନାୟକଙ୍କୁ ସ୍ବତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ


