ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ପୁଣି ପୁରସ୍କୃତ

ଛତ୍ରପୁର, (ଦେବଦତ୍ତ ମହାରଣା):କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ମିଳିଛି। ଏନେଇ ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶନିବାର ନୂଆଦିଲୀଠାରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି କୀର୍ତ୍ତି ଭାସନ ଉପସ୍ଥିତ ଥିଲେ। ଗଞ୍ଜାମକୁ ପ୍ରଥମ ର଼୍ୟାଙ୍କ ଶ୍ରେଷ୍ଠ ଜିଲା କ୍ୟାଟାଗୋରୀରେ ଜାତୀୟ ଜଳ ପୁରସ୍କାର-୨୦୨୨ ମିଳିଛି। ଜିଲା ପ୍ରଶାସନର ଅହରହ ଉଦ୍ୟମ ଓ ଜିଲାର ଉନ୍ନତି କଳ୍ପେ କରାଯାଇଥିବା ବିଭିନ୍ନ ପଦକ୍ଷେପ ହିଁ ଏଭଳି ପୁରସ୍କାର ଆଣିପାରୁଛି ବୋଲି ବହୁ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ