ଓୟୁଜେ ପାଳିଲା ଉତ୍କଳମଣି ଗୋପବନ୍ଧୁ ଙ୍କ ଶ୍ରାଦ୍ଧ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସଂଘର ଉପଦେଷ୍ଟା ଚନ୍ଦ୍ରମୋହନ ମହାପାତ୍ର, ବରିଷ୍ଟ ସଦସ୍ୟ ଶିଶିର କୁମାର ଦାସ,ରାମ ନାରାୟଣ ଶତପଥୀ, ଅନାମ ଚରଣ ପଣ୍ଡା ଙ୍କ ପରାମର୍ଶ ଅନୁସାରେ ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ନେତୃତ୍ୱରେ କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ସଂପାଦକ ବିବେକାନନ୍ଦ ଦାସ ସଂଗଠନ ସଂପାଦକ ତୃପ୍ତି କାନ୍ତ ପାଢ଼ୀ,ବରିଷ୍ଟ ସଦସ୍ୟ ତଥା ସଦର ସଭାପତି ଅଜିତ କୁମାର ମହାନ୍ତି, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ଟାଉନ ସଭାପତି ହାଇଦର ଖାନ, ଅଧିପ କୁମାର ଜେନା, ଅରୂପ ନାରାୟଣ ମହାନ୍ତି, ରତିକାନ୍ତ ପାଢ଼ୀ, ବିନାୟକ ମହାପାତ୍ର ସୋମନାଥ ସାହୁ,ସନ୍ତୋଷ କୁମାର ପଣ୍ଡା,ସାମ୍ବାଦିକ ତପନ ଦାସ,
କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ଅତିଥି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବିଧାୟକ ସ୍ଵରୂପ କୁମାର ଦାସ, ସୁଧାଂଶୁ ଶେଖର ପରିଡ଼ା , ଯୁବନେତା ବିକ୍ରମ ପଣ୍ଡା ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଟ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି, କିଶୋର ଦାସ, ସମାଜ ସେବୀ ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ଯୋଗଦେଇ ସାମୁହିକ ମାଲ୍ୟାର୍ପଣ କରିଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସମ୍ବାଦପତ୍ର ସମାଜ ଜରିଆରେ ଜନତା ଙ୍କ ଅଭାବ ଅସୁବିଧା କୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସଫଳ ହୋଇଥିବାବେଳେ ବର୍ତ୍ତମାନ ସମୟରେ ସାମ୍ବାଦିକ ମାନେ ଅତ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହିତ ତାଙ୍କର ପଦାଙ୍କ ଅନୁସରଣ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଓୟୁଜେ ର ଏଭଳି କାର୍ଯ୍ୟକ୍ରମ କୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରି ଥିଲେ।ସେମାନେ କହିଥିଲେ ଯେ,ସାମ୍ବାଦିକ ମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇ କାର୍ଯ୍ୟ କଲେ ଲୋକଙ୍କ ସମସ୍ୟା ଦୂର ହେବା ସହିତ ଗଣତାନ୍ତ୍ରିକ ସରକାର ତାଙ୍କ ଭୁଲ ଠିକ୍ ବୁଝି ପାରି ଜନ କଲ୍ୟାଣ ମୂଳକ କାର୍ଯ୍ୟ କୁ ସୁଚାରୁ ରୂପେକରିବା ବେଳେ ଅଧିକ ଦାଇତ୍ୱ ସମ୍ପନ୍ନ ହୋଇପାରି ବେ ।