ବାଙ୍ଗୋର ଠାରେ ଚାଲିଥିବା ଜୟଦୁର୍ଗା ରଜ ମହୋତ୍ସବ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଙ୍ଗୋର ଠାରେ ୫ଦିନ ଧରି ଚାଲିଥିବା ଜୟଦୁର୍ଗା ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି । ଜୟଦୁର୍ଗା କମିଟ ଓ.ଏମ.ସି ବାଙ୍ଗୋର ପକ୍ଷରୁ ଗତ ୧୪ତାରିଖ ଦିନ ଏହି ରଜମହୋତ୍ସବକୁ ସରପଞ୍ଚ ଅଙ୍କିତା ପଢ଼ିଆରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ରଜ ମହୋତ୍ସବରେ ବାଙ୍ଗୋର, କରଡାପାଳ, ନୁଟିଆସାହି, ଧନୁର୍ଜୟପୁର, ହଦଗଡ ଆଦି ଅଞ୍ଚଳରୁ ହଜାର ହଜାର ଲୋକ ଏହି ଉତ୍ସବରେ ଭାଗନେଇ ବିଭିନ୍ନ ପ୍ରକାରର ଦୋଳି ଖେଳିବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କୁନି କୁନି ପ୍ରତିଭାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା କରାଯାଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ତିମ ଦିନରେ ସରପଞ୍ଚଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା ବସନ୍ତ ପଢ଼ିଆରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୦ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଥିବା ଏହି ରଜମହୋତ୍ସବକୁ ଆହୁରି ସରଶ ସୁନ୍ଦର କରିବାପାଇଁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସୁବୋଧ ପଣ୍ଡା, ଭରତ ମହାରଣା, ରଘୁନାଥ ପରିଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ଜୟଦୁର୍ଗା କ୍ଲବର ସଦସ୍ୟ ମାନଙ୍କ ଏପରି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରସଂଶା କରିଥିଲେ । ରବିନ୍ଦ୍ର କୁମାର ସାହୁ ମଞ୍ଚ ସଂଯୋଜନା କରିଥିବାବେଳେ ସନାତନ ପଲେଇ, ସତ୍ୟବ୍ରତ ପଢ଼ିଆରୀ, ବଳରାମ ବେହେରା, ଶତୃଘ୍ନ ମହାରଣା, ଶତୃଘ୍ନ ବିନ୍ଧାଣୀ, ଅକ୍ଷୟ ମଲ୍ଲିକ, ବିଷ୍ଣୁ ମହାରଣା ପପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।