ଢ଼େଙ୍କାରେ ରଥଯାତ୍ର୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କାରେ ପବିତ୍ର ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ୋଇଯାଇଛି । ପ୍ରଭୂ ଶ୍ରୀଜୀୟୁଙ୍କ ମନ୍ଦିରରେ ଗତକାଲି ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ମଙ୍ଗଳବାର ସକାଳୁ ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯିବା ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ନିତ୍ୟାନନ୍ଦ କରଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପର୍ଣ୍ଣ ପରେ ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ଢ଼େଙ୍କାବଜାର ସ୍ଥିତ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ନେଇଯାଇଥିଲେ । ଏଥିପାଇଁ ବଜାରଟି ଆଜି ଲୋକାରଣ୍ୟ ହୋଇପଡିଥିଲା । ବିଦ୍ୟାଧର କର, ଚିନ୍ମୟ ମିଶ୍ର, ଜ୍ୟୋତି ରଞ୍ଜନ ଦାଶ, ରୁଦ୍ର ପ୍ରସାଦ କର, ନାରାୟଣ ଦାଶ, ପ୍ରଦୁ୍ୟମ୍ନ କର, ବିଜୟ କର, ଦେବାଶିଷ କର, ଗଣେଶ୍ୱର ପାଣିଗ୍ରାହୀ, ଜ୍ୟୋତି ଶଙ୍କର କର, କୃଷ୍ଣଚନ୍ଦ୍ର କର, ସେହିପରି ମୁଗୁପୁର, ଶାଳଣିଆଁରେ ମଧ୍ୟ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ରଥଯାତ୍ରା ସମ୍ପର୍ଣ୍ଣ ହୋଇଛି । ମୁଗୁପୁର ସ୍ଥିତ ନୀଳାପୁର ବିଶ୍ୱଗୁରୁ ପୀଠ ଜଗନ୍ନାଥ ମନ୍ଦିରରେ ସମସ୍ତ ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା ପରେ ପ୍ରଭୁଙ୍କୁ ରଥାରୁଢ଼ କରାଯିବାପରେ ଅପରାହ୍ନ ୫ଟାବେଳେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟକୁ ନେଇଥିଲେ । ସେହିପରି ଶାଳଣିଆଁରେ ମଧ୍ୟ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।


