ବଞ୍ଚୋରେ ପ୍ରଭୂ ଦଧିବାବନଜୀୟୁଙ୍କ ଘୋଷଯାତ୍ରା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋରେ ପ୍ରଭୂ ଦଧିବାନଜୀୟୁଙ୍କ ପବିତ୍ର ରଥାଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବଞ୍ଚୋ ଦଧିବାବନଜୀୟୁ ମନ୍ଦିରରେ ଗତକାଲି ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯିବା ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । ଅପରାହ୍ନ ୫ଟାରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଛେରାପହଁରା କରିଥିବାବେଳେ ହାଟଡିହି ବିଡିଓ ବିନିତା ବିଜୟିନୀ, ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ୫ଟା ୩୦ମିନିଟ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଆନନ୍ଦ ଉହ୍ଲାସ ସହକାରେ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟକୁ ନେଇଥିଲେ । ଡ.ଅଶୋକ ପୁହାଣ, ରତିକାନ୍ତ ରାଉତ, ପ୍ରାଣବଲ୍ଲବ ପାଢ଼ୀ, ଗୋଲେଖ ବିହାରୀ ନାୟକ, ସନାତନ ଓଝା, ସୁଧାଶୁଂ ରାଉତ, ପ୍ରଶାନ୍ତ ରାଉତ, ଶଶାଙ୍କ ଶେଖର ପୁହାଣ, ଛବିନ୍ଦ୍ର ନାୟକ, ରାଧାଗୋବିନ୍ଦ ଦାଶ, କିର୍ତ୍ତନ ବିହାରି ନାୟକ, ମାର୍କଣ୍ଡ ଚରଣ ଓଝା, ଅନାମ ଚରଣ ବରାଳ, ଗିରିଧାରି ପଟ୍ଟନାୟକ, କାଙ୍ଗାଳି ଚରଣ ବରାଳ, କମଳ ଲୋଚନ ବିଶ୍ୱାଳ, ଜ୍ଞାନ ରଞନ ସାମନ୍ତ ସିଂହାର, ବିକ୍ରମ କେଶରି ରାଉତ ରାୟ, ଚିନ୍ତାମଣୀ ରାଉତ, ସୁଧାକର ଓଝା, ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ସଂଞୟ ରାଉତ, ହିମାଦ୍ରୀ ରାଉତ, ସନ୍ତୋଷ ପଣ୍ଡା, ଯୁଦ୍ଧିଷ୍ଠିର ରାଉତ, ଅନାଦି ଚରଣ ବରାଳଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ରଥଯାତ୍ରାରେ ୫ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ଆନନ୍ଦପୁର ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ