ସାନ୍ଧ୍ୟ ମହାବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ଆଂଚଳିକ ପରିବହନ ବିଭାଗ ଆନୁକୁଲ୍ୟରେ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଏକ ସଡକ ସୁରକ୍ଷା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଡକ ସୁରକ୍ଷା ସମିତିର ସଦସ୍ୟ ତଥା ବରିଷ୍ଠ ଆଇନଜୀବି ବିଧୁଭୂଷଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦେଶକ ଡଃ.ଦିଲ୍ଲିପ ରାଏ ଓ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ସେନାପତି ଯୋଗଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବା ସହିତ ସେମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ପର୍କୀତ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । ଏହି ବୈଠକରେ କଲେଜର ଅଧ୍ୟାପକ,ଅଧ୍ୟାପିକାମାନେ ଉପସ୍ଥିତ ଥିବା ବେଳେ ସହକାରୀ ପରିବହନ ଅଧିକାରୀ ପ୍ରିୟବତ ମହାନ୍ତି,ପଦ୍ମଜା ମହାନ୍ତି,ଟି.ଏସ.ଆଇ.ଦେବୀକା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ରାଜ୍ୟ ପରିବହନ ସଚିବଙ୍କ ନିର୍ଦେଶାବଳିର ଶପଥ ପାଠ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ