ଅନ୍ତୋର୍ଦୟ ଏବଂ ଇନ୍ଦିରା ଆବାସ ଯୋଜନାରୁ ବଞ୍ଚିତ ବିଧବା ମହିଳା ମଗଦୁଣି ସିଂ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଗ୍ରାମର ବିଧବା ମହିଳା ମଗଦୁଣୀ ସିଂ ସ୍ଵାମୀ ନେତ୍ର ସିଂଙ୍କ ମୃତ୍ୟୁ ପରେ ବିଧବା ମହିଳା ନିଜ ଘର ଚଳେଇବା ଏବଂ ତିନଟି ପିଲାଙ୍କ ପାଠପଢା ବଝ ଯୋଗୁ ଅସହାୟ ପରିସ୍ଥିତିରେ ଅଛନ୍ତି । ସ୍ଵାମୀଙ୍କ ମୃତ୍ୟୁ ପରେ ପରିବାର ଆର୍ଥିକ ସ୍ଥିତି ଠିକ୍ ନାହି । ସରକାରୀ ଯୋଜନା କହିଲେ କେବଳ ରାସନ କାର୍ଡ ମାଧ୍ୟମରେ ୨୦ କେଜି ମାତ୍ର ଚାଉଳ ପରିବାର ପାଉଛନ୍ତି ତାହାବି ଗୋଟେ ମାସରେ ଚଳିବା ନିଅଣ୍ଟ ହେଉଛି। ପରିବାରକୁ ଇନ୍ଦିରା ଆବାସ ଯୋଜନାରେ ସାମିଲ୍ କରଯାଇଥିଲା ହେଲେ ସରକାର ଇନ୍ଦିରା ଆବାସ ଲିଷ୍ଟରୁ ନାମ କାଟି ଦେଇଛନ୍ତି। କାହିକି ଏପରି ଗରିବ ଲୋକଙ୍କ ସମସ୍ୟା ନ ବୁଝି ସରକାର ଇନ୍ଦିରା ଆବାସ ଯୋଜନାରୁ ସେ ଗରିବ ପରିବାରଙ୍କୁ ବାଦ ଦିଆଯାଇଛି ତାହା ସେ ନିରିହ ପରିବାର ଏ ଘଟଣାକୁ ଠିକ୍ ସେ ହଜମ କରିପାରୁ ନାହାନ୍ତି ତେଣୁ ସରକାରଙ୍କୁ ଗଣ ମାଧ୍ୟମ ଜରିଆରେ ଅନ୍ତୋର୍ଦୟ ରାସନ୍ କାର୍ଡ ଯୋଜନାରେ ସାମିଲ୍ ସହ ଇନ୍ଦିରା ଆବାସ ଯୋଜନାରେ ନାମ ସାମିଲ୍ କରିଦେବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।


