ଗଜପତିରେ ପ୍ରାକ୍ ମୌସୁମୀ ବର୍ଷା ଚାଷୀ ଓ ଲୋକଙ୍କୁ ଆଣିଦେଇଛି ଆସ୍ବସ୍ଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଗତକାଲି ଦିନ ତମାମ ଆକାଶ ମେଘାଛନ୍ନ ରହିବା ସହ ଅପରାହ୍ନ ସମୟରୁ ଝିପି ଝିପି ବର୍ଷା ଲାଗି ରହିଛି । ଆଜି ମଧ୍ୟ ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ଝିପି ଝିପି ବର୍ଷା ଲାଗି ରହିଥିଲା. ଯାହାକୁ ନେଇ ଚାଷୀ ଓ ଜନସାଧାରଣଙ୍କୁ ଆସ୍ବସ୍ଥ ଆଣିଦେଇଛି । ଜିଲ୍ଲାର କେତେକାଞ୍ଚଳରେ ଚାଷୀମାନେ ବିହନ ବୁଣିଛନ୍ତି । ହେଲେ ପର୍ଯ୍ୟାପ୍ତ ଜଳ ନଥିବାରୁ ନାନାଦି ଆଶଙ୍କା ପ୍ରକଟ କରିଥିଲେ । ହେଲେ ଏହି ପ୍ରାକ୍ ମୌସୁମୀ ଜମିରେ ଜଳାଅଭାବ ଦୂରକରିବ ବୋଲି ଆଶା ସଞ୍ଚାରିଥିବାର ଚାଷୀ କୂଳରେ ଆଲୋଚନା ହେଉଛି । ସେହିପରି ଗ୍ରୀଷ୍ମ ଉତ୍ତାପରେ କବଳିତ ଥିବା ସମଗ୍ର ଜିଲ୍ଲାରେ ଏହି ପ୍ରାକ ମୌସୁମୀ ସାମାନ୍ୟ ଆସ୍ବସ୍ଥ ଆଣି ଦେଇଛି । ଗରମରେ କଲବଲ ହେଉଥିବା ଜନସାଧାରଣ ଏହି ପ୍ରାକ ମୌସୁମୀ ଝିପି ଝିପି ବର୍ଷା ରକ୍ଷା କରିପାରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ