ମା ରାମଚଣ୍ଡିଙ୍କ ପୀଠରେ ମାର୍କେଟ୍ କମ୍ପେ୍ଲକ୍ସ୍‌ର ଉଦ୍‌ଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡି ମନ୍ଦିର ପରିସରରେ ଏକ ମାର୍କେଟ୍ କମ୍ପେ୍ଲକ୍ସ୍‌ର ଶୁଭ ଉଦ୍‌ଘାଟନ ହୋଇଛି । ୧୦ ଲକ୍ଷ ଅନୁଦାନରେ ନିର୍ମିତ ମାର୍କେଟ୍ କମ୍ପେ୍ଲକ୍ସ୍‌କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମିଳିତ ଭାବେ ଉଦ୍‌ଘାଟନ କରିଛନ୍ତି । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, କରପଡା ସରପଞ୍ଚ ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ମନ୍ଦିର ଟ୍ରଷ୍ଟି ଇଂ ବିନୋଦ କୁମାର ପାଢୀ, ସୁଧାକର ପଣ୍ଡା, ମଞ୍ଜୁଳା ପଣ୍ଡା, କାଶିନାଥ ପଣ୍ଡା, ଲକ୍ଷ୍ମୀନୃସିଂହ ପଣ୍ଡା ଏବଂ ପରିଚାଳନା କମିଟିର ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ମହାରଣା, ସଂଯୋଜକ କମଲ କୁମାର ପଣ୍ଡା, ଉପଦେଷ୍ଠା ରବୀନ୍ଦ୍ର ନାଥ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ବିମଳ କୁମାର ପଣ୍ଡା, ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ବଟକୃଷ୍ଣ ପଣ୍ଡା, ସୁରେଶ ଦାଶ, କାଳିଆ ନାହାକ, କିଶୋର ବେହେରା , କାହ୍ନୁ ଚରଣ ବେହେରା, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ,ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ । ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଛତ୍ରପୁର ବିଧାୟକ ଶ୍ରୀ ବେହେରା ବିଭିନ୍ନ ଅନୁଦାନରୁ ୨୧ ଲକ୍ଷ ଟଙ୍କାର ସହାୟତା ଯୋଗାଇବାରେ ସହଯୋଗ କରି ଆସିଛନ୍ତି । ଏଥିପାଇଁ ମନ୍ଦିର ଟ୍ରଷ୍ଟି ଓ ପରିଚାଳନା କମିଟି ପକ୍ଷରୁ ବିଧାୟକଙ୍କୁ କୃତଜ୍ଞତା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ