ଝିଅର ବାହାଘର ସହାୟତା କଲେ ବିଧାୟକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ପକାସପୁରର ରତ୍ନମାଳାପୁର ପଡାଗ୍ରାମରେ ରହୁଥିବା ଜନୈକା ବାପ ମା ଛେଉଣ୍ଡ ଗରିବ ଅନାଥ ଝିଅର ବାହାଘର ପାଇଁ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ସହାୟତାର ହାତ ବଢ଼ାଇଥିବା ଜଣାପଡିଛି । ବାହାଘର କାର୍ଯ୍ୟ ତୁଲାଇବାକୁ ଅକ୍ଷମ ଥିବା ରେଡ୍ଡୀ ସମ୍ପ୍ରଦାୟର ଝିଅ କୁମାରୀ ରେଡ୍ଡୀଙ୍କ ବାହାଘରରେ ଅର୍ଥ ବାଧକ ସାଜିଥିବା ବେଳେ ଏଭଳି ଖବରରେ ମ୍ରିୟମାଣ ବିଧାୟକ ଶ୍ରୀ ଜେନା ନିଜ ତରଫରୁ ନଗଦ ୫୦ହଜାର ଟଙ୍କା , ୧ -,୬ ଭରି ସୁନା ଅଳଙ୍କାର ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବାହାଘର ସାମଗ୍ରୀ ପ୍ରଦାନ ସହ ଅନାଥ ଝିଅର ଶୁଭ ବିବାହର ଶୁଭ କାମନା କରିଛନ୍ତିି । ପାଟପୁର ଗ୍ରାମର ସମାଜସେବୀ ଏମ ମାଧବ ରେଡ୍ଡୀ କନ୍ୟା।ପିତା ଭାବେ କନ୍ୟା ଦାନ କରିଥିଲେ।ପାଟପୁର ସରପଂଚ ପ୍ରତିନିଧି ମୁକୁନ୍ଦ ବରାଡଙ୍କ ଜରିଆରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ନଗଦ ଅର୍ଥ , ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ବାହାଘର ସମୟରେ ପହଞ୍ଚାଇବା ଖବର ପ୍ରସାରିତ ପରେ ସାଧାରଣରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସେହିଭଳି ଅଞ୍ଚଳର କେତେକ ସମାଜସେବୀ ଅଧ୍ୟାପକ କୈଳାସ ଚନ୍ଦ୍ର ସ୍ବାଇଁ, ବାଳକୃଷ୍ଣ ଚୌଧୁରୀ ମୁକୁନ୍ଦି ବାରାଡ ଯାଗିଲି ସେଠୀ ଟୁନୁ ନାହାକ ଲିଙ୍ଗରାଜ ରେଡ୍ଡୀ ବୁଲୁ ସେଠୀ ପ୍ରମୁଖ ଆବଶ୍ୟକ ଆଲମାରୀ ଶାଢୀ କଂସା ବାସନ ପ୍ରଦାନ କରିଥିଲେ। ଅଞ୍ଚର ନିରୀହ ,ନିଷ୍ପେସିତ ଜନତାଙ୍କ ନିକଟତର ରହି ସେବା ପ୍ରଦାନରେ ନିଜକୁ ନିୟୋଜିତ ରହିଥିବା ନିଜ ପ୍ରିୟ ନେତାଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭକାମନା କରାଯାଇଛି ।