ପାରିବାରିକ କଳହରୁ ଆତ୍ମହତ୍ୟା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଷଡଙ୍ଗା ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ବନମାଳୀ ପରିଡା (୪୭) ନାମକ ଜଣେ ବ୍ୟକ୍ତିଙ୍କ ଘରେ କୌଣସି କାରଣକୁ ନେଇ କଳହ ଲାଗିରହିଥିଲା । ଏହାକୁନେଇ ମାନସିକ ଭାରସାମ୍ୟ ହରାଇ ଗତକାଲି ରାତିରେ ବନମାଳୀ ବେକରେ ରଶି ଲଗାଇ ଘର ବାଡିରେ ଥିବା ଏକ ଗଛରେ ଝୁଲିପଡିଥିଲେ । ପରିବାର ଲୋକେ ଏହା ଜାଣିବାପରେ ତୁରନ୍ତ ତାଙ୍କୁ ଗଛରୁ ଓହ୍ଲାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ନନ୍ଦିପଦା ପୁଲିସ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ ଜାରି ରଖିଛି ।


