ଜମ୍ମୁ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

କାଠୁଆ : ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ ୫ରୁ ୬ଟି ଘର କ୍ଷତିଗ୍ରସ୍ତ ହୋଇଛି । ମୋର୍ଟାର ମାଡ ସମୟରେ ଘରର ସମସ୍ତ ସଦସ୍ୟ ବଙ୍କରରେ ରହିଥିବାରୁ କୌଣସି ମୃତାହତ ହୋଇନଥିଲା । ବୁଧବାର ରାତି ୮ଟା ୩୦ରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ମୋର୍ଟାର ମାଡ କରାଯାଇଥିଲା । ବୁଧବାର ଦିନ କାଠୁଆର ରଥୁଆ ଏବଂ ପନ୍‌ସାର ଅଞ୍ଚଳରେ ଏହି ମୋର୍ଟାର ମାଡ କରାଯାଇଛି । ଏହାପରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଏପରି ପରସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢିବା ନିହାତି କଷ୍ଟସାଧ୍ୟ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ