ଖେମୁଣ୍ଡି ଓକିଲ ସଂଘର ଆଲୋଚନା ସଭା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ଏକ ଆଲୋଚନା ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି।ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢୀ ଏଥିରେ ସଭାପତିତ୍ୱ କରିଥିଲେ।ସମ୍ପାଦକ କୁରେଶୁ ପଣ୍ଡା ସଂଘର ଆୟବ୍ଯୟ ଉପସ୍ଥାପନ କରିବା ସହ ଆଲୋଚ୍ଯ ବିଷୟ ଉପରେ ସୂଚନା ଦେଇଥିଲେ।ସଂଘକୁ ଅଧିକ ବଳିଷ୍ଠ ତଥା ବିକାଶ ଦିଗରେ ବହୁ ଆଇନଜୀବି ନିଜନିଜ ମତାମତ ଉପସ୍ଥାପନ କରିବା ପରେ ବିଧିବଦ୍ଧ ନିଷ୍ପତ୍ତି ଗୃହୀତ କରାଯାଇଥିଲା।ଆଲୋଚନାରେ ବରିଷ୍ଠ ଆଇନଜୀବି ପ୍ରଭାକର ରାଉତ, ରସାନନ୍ଦ ରାଉତ, ଏ. ସୋମେଶ୍ବର ରାଓ, ସାନଖେମୁଣ୍ଡି ଓକିଲ ସଂଘ ସଭାପତି ଚନ୍ଦ୍ରଧ୍ବଜ ସିଂହ, ରବିନ୍ଦ୍ର ନାଥ ପାଣିଗ୍ରାହୀ, ପରେଶ ଚନ୍ଦ୍ର ରଥ, ଅଶେଷ ନାଥ ମିଶ୍ର, ହରପ୍ରସାଦ ରଥ, ସନ୍ତୋଷ କୁମାର ସାହୁ, ହେମନ୍ତ କୁମାର ପାଣିଗ୍ରାହୀ, ଉପସଭାପତି ଗିରିଜା ନନ୍ଦନ ମେକାପ, ସହସମ୍ପାଦକ ରାଜେନ୍ଦ୍ର କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ, ପ୍ରହ୍ଲାଦ ପ୍ରଧାନ, ଟୁକୁନା ପ୍ରଧାନ, ପ୍ରଦୀପ କୁମାର ନାୟକଙ୍କ ସମେତ ବହୁ ଆଇନଜୀବି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ