ପବିତ୍ର ଗୁରୁ ପୂଣ୍ଣିମା ଅବସରରେ ଶୁଭକାମନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁ ପୂଜନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ ଅବସରରେ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ଶୁଭକାମନା ଚାରିଟେବଲ ଟ୍ରଷ୍ଟ ଏବଂ ସ୍ଥାନୀୟ ଦିବ୍ୟଜିବନ ସଂଘ ପକ୍ଷରୁ ପାଟପୁର ଗାନ୍ଧୀ ଛକ ସ୍ଥିତ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟି ସଭାପତିଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଅଞ୍ଚଳର ବିଶିଷ୍ଟ ଗୁରୁଦେବ( ଅବସପ୍ରାପ୍ତ ଶିକ୍ଷକ)ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରିତ କରି ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଛି ।ସେମାନଙ୍କୁ ଫୁଲ ଚନ୍ଦନ ଓ ଉପଢ଼ୌକନ ପ୍ରଦାନ କରି ପାଦପୂଜା କରାଯାଇଅଛି।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିବ୍ୟଜୀବନ ସଂଘ ପକ୍ଷରୁ ସର୍ବପ୍ରଥମେ ପାଦୁକା ପୂଜା , ସହସ୍ର ନାମ ଭଜନ ଓ କୀର୍ତ୍ତନର ଆୟୋଜନ କରାଯାଇଥିଲା । ସଭାପତି ଶ୍ରୀ ଅଶୋକ କୁମାର ବେହେରାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମରେ ଗୁରୁ ପଣ୍ଡିତ ଶ୍ରୀ ସୋମନାଥ ଦାଶ ଶର୍ମା , ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ସାବତ, ଶ୍ରୀ ମନମୋହନ ପାତ୍ର ,, ଶ୍ରୀ ପ୍ରଶାନ୍ତ କୁମାର ନାୟକ ଓ ଶ୍ରୀ ରାମ ପ୍ରସାଦ ନାୟକ ପ୍ରମୁଖଙ୍କୁ ପଦପୂଜା ସହ ଯଥାବିଧି ପ୍ରକାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ