ପଞ୍ଚାୟତ ସମିତିର ସାଧାରଣ ବୈଠକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୭ମ ସାଧାରଣ ବୈଠକ ଶୁକ୍ରବାର ସମିତି ସଭାକକ୍ଷ ପରିସରରେ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଓଡ଼ିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ତଥା ମୁଖ୍ୟମନ୍ତ୍ରୀ ଙ୍କ ବ୍ଳକ୍ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ବିଡ଼ିଓ ସୁବ୍ରତ କୁମାର ଜେନା, ଏବିଡ଼ିଓ ଅରୁଣ କୁମାର ପ୍ରଧାନ ଓ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ମଞ୍ଚସିନ ଥିଲେ। ବିଡ଼ିଓ ଶ୍ରୀ ଜେନା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ବିଭିନ୍ନ ଆଲୋଚନା ମଧ୍ୟରେ ପ୍ରମୁଖ ସଚିବ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ହିଞ୍ଜିଳିକାଟୁ ବ୍ଲକର ସାମୁହିକ ବିକାଶ ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ସହଯୋଗ, ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସମନ୍ୱୟ ଓ ସହଭାଗୀତା ଯୋଗୁଁ ବିକାଶଧାରା ଅବ୍ୟାହତ ରହିଛି ବୋଲି ମତପ୍ରକାଶ କରିଥିଲେ। ହିଞ୍ଜିଳିବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅତୁଟ ସ୍ନେହ ଶ୍ରଦ୍ଧା ରହିଛି ଏବଂ ବିକାଶ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ରହିଛି ବୋଲି ସେ ସୂଚନା ଦେଇଥିଲେ। ପଞ୍ଚାୟତର ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ଓ ଏହାର ସୁଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନାହିତକାରୀ ଯୋଜନା ଓ ଉନ୍ନୟନ ପ୍ରକଳ୍ପ ଉପରେ ଥିବା ସୁବିଧା ଓ ସୁଯୋଗ ବିଷୟରେ ବିସ୍ତୃତ ଭାବେ ଅବଗତ କରିଥିଲେ। ବୈଠକରେ କଞ୍ଚୁରୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଡାକ୍ତରଙ୍କ କାର୍ଯ୍ୟରେ ଅବହେଳା, ଦୁର୍ବନ୍ଧ ଓ ବଡଖଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ଏଏନଏମଙ୍କ ଅନୁପସ୍ଥିତି ଯୋଗୁଁ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଉଥିବା ନେଇ କିଛି ଜନ ପ୍ରତିନିଧି ଅଭିଯୋଗ କରିଥିଲେ।ବ୍ଲକର କିଛି ଗ୍ରାମରେ ପାନୀୟ ଜଳଯୋଗାଣରେ ଅବ୍ୟବସ୍ଥା ସହ ବିଦ୍ୟୁତ ବିଭ୍ରାଟ ଓ ବେଆଇନ ଜବରଦଖଲ ଉଚ୍ଛେଦ ବିଷୟରେ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିପିଇଓ ଜି. ଯୁଧିଷ୍ଠିର ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଗିରିଧାରୀ ବେହେରା, ଜିପିଇଓ, ସହାକାରୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ନିବେଦିତା ସାହୁ, ବିପିଏମ ଶଶାଙ୍କ ଶେଖର ପଣ୍ଡା, ସିଡିପିଓ ଗାଙ୍ଗୀ ସୁବୁଦ୍ଧି, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ, ପ୍ରସନ୍ନ କୁମାର ଦଳାଇ, ଡାକ୍ତର ହର୍ଷ ମାଧବ କର, ଆଲୋକ ନାଥ ସେଠୀ, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ, ସୁଶାନ୍ତ କୁମାର ପାତ୍ର, ସିପି ଦଣ୍ଡପାଣି ଦାଶ,ବୃନ୍ଦାବନ ଗୌଡ଼,ବିଇଓ,ଉଦ୍ୟାନ କୃଷି, ବିଦ୍ୟୁତ,ମୃତ୍ତିକା ସଂରକ୍ଷଣ, ପ୍ରାଣୀଧନ ଅଧିକାରୀ,ସାମାଜିକ ସୁରକ୍ଷା ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ଓ ସଭ୍ୟା ପ୍ରିତି ସାହୁ, ବାଇ ଗିତାଞ୍ଜଳି, ସରପଞ୍ଚ ଅମର ବରଡ, ମଦନ ମୋହନ ସେଠି, ସୁଦର୍ଶନ ରାଉତ, କୃଷ୍ଣ ଭଉଳ, ଜନାର୍ଦ୍ଦନ ସେଠି, ବିକାଶ ସେଠି, ଗଣପତି ସାହୁ, ସମିତି ସଭ୍ୟ ଜି ମୋହନ, ଜଗବନ୍ଧୁ ସାହୁଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।ସୂଚନା ଥାଉକି,ଏଠାରେ ନିଯୁକ୍ତି ହୋଇଥିବା ବନପାଳ ଦୀର୍ଘ ଦିନ ଧରି ମୁଖ୍ୟ ଦପ୍ତରରେ ନ ରହିବା ସହ ବୈଠକରେ ଅନୁପସ୍ଥିତି ଯୋଗୁଁ ସରକାରଙ୍କ ଉନ୍ନୟନ ଯୋଜନା ଓ ଏହାର କାର୍ଯ୍ୟନ୍ଵୟନ ବିଷୟରେ କୌଣସି ସୂଚନା ଉପସ୍ଥାପିତ ହୋଇ ପାରିନାହିଁ।