ସିପିଆଇ ର ଜିଲ୍ଲାସ୍ତରୀୟ କର୍ମଶାଳାରେ ଦୃପ୍ତ ଆହ୍ଵାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଭାରତୀୟ କମ୍ଯୁନିଷ୍ଟ ପାର୍ଟି ଗଜପତି ଜିଲ୍ଲାର ଜିଲ୍ଲା କମିଟି ସଦସ୍ଯ,ଅଞ୍ଚଳ ସମ୍ପାଦକ ଓ ଶାଖା ସମ୍ପାଦକଙ୍କୁ ନେଇ ରାଜନୈତିକ ଓ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଉଦଘାଟନ କରି ଗତ ୨୦୧୪ ମସିହାଠାରୁ ଵିଜେପି ନେତୃତ୍ଵାଧୀନ ଏନ୍ ଡି ଏ ସରକାର କ୍ଷମତାରେ ବସିବା ପରେ ଆଦିବାସୀ, ଦଳିତ, ସଂଖ୍ୟାଲଘୁ, ମହିଳା ବୁଦ୍ଧିଜୀବିଙ୍କ ଉପରେ ଆକ୍ରମଣ କରିବା ସହ ଦେଶର ଶିକ୍ଷା ସଂକୋଚନ, ନିଯୁକ୍ତି ବନ୍ଦ, ଦେଶର ସମସ୍ତ ସମ୍ବଳ ବିଜେପିକୁ ଚାନ୍ଦା ଦେଇଥିବା ରାହୁ ପୁଞ୍ଜିପତିଙ୍କ ପାଦ ତଳେ ସମର୍ପଣ କରି ଜନଗଣଙ୍କଉ ଲୁଣ୍ଠନ ର ସାହାଣ ମେଲା କରିଛନ୍ତି, ଓଡ଼ିଶାରେ ୨୩ଵର୍ଷରୁ ଅଧିକ କ୍ଷମତାରେ ରହି ଓଡ଼ିଶାର ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ଅଣଦେଖା କରି ଅମଲାତନ୍ତ୍ରର ତାନାଶାହୀ ଶାସନ ଚଳାଇଛନ୍ତି। ଏହାକୁ ମୁକାଵିଲା କରିବାସହ ଦେଶରେ ଚାଷୀ,ମୁଲିଆ, ଶ୍ରମିକ, ଛାତ୍ର, ଯୁବ, ମହିଳା, ବୁଦ୍ଧିଜୀବିଙ୍କ ଅଧିକାର ହାସଲ ପାଇଁ ଐକ୍ଯଵଦ୍ଧ ଆନ୍ଦୋଳନରେ ସାମିଲ ହେବା ସହ ଵିଜେପି ବିଜେଡିକୁ ପରାଜିତ କରିଵାକୁ ଆହ୍ଵାନ ଦେଇଛନ୍ତି। ଏହି କର୍ମଶାଳାରେ ପାର୍ଟିର ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଡାକ୍ତର ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ଆନ୍ଧ୍ର ପ୍ରଦେଶର ନେତା ଧର୍ମା ରାଓ, ଲୋକନାଥ ଦଳେଇ, ଜଗନ୍ନାଥ ରାଓ, ପି ପଦ୍ମା ପ୍ରମୁଖ ଉଦଵୋଧନ ଦେଇ – ଆଜି ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଜୀବନ ଜୀବିକା କୁ ଦୁର୍ବିସହ କରିଥିବା ବେଳେ, ଜାତୀୟ ଶିକ୍ଷାନୀତି ନାମରେ ସ୍କୁଲ କଲେଜ ବନ୍ଦ କରୁଥିବା ବେଳେ, ଯୁବ ସମାଜକୁ ଚାକିରୀ ନଦେଇ ଆଦାନୀ ସୁନ୍ଦରି ବନ୍ଦର ଜରିଆରେ ବିଷାକ୍ତ ନିଷାଦେଇ ମୃତ୍ଯୁ ମୁଖକୁ ଠେଲିଦେଇ, କମ୍ପାନୀମାନଙ୍କ ଅର୍ଥରେ ଵିରୋଧୀ ଦଳର ବିଧାୟକ ଖରିଦ କରି ସରକାର ଭାଙ୍ଗିବା ଗଢ଼ିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଉନ ରହି ଦେଶର କଷ୍ଟ ଲଵଧ ସ୍ଵାଧୀନ ଦେଶ “ଭାରତ”ର ବିଭିନ୍ନତା ମଧ୍ଯରେ ଏକତା ଉପରେ ଆକ୍ରମଣ କରି ମଣିପୁରରେ ସରକାରୀ ପ୍ରାୟୋଜିତ ହିଂସା, ସମ୍ବିଧାନକୁ ଖତମ କରି “ମନୁ ସଂହିତା” ଭିତ୍ତିରେ ଜନଗଣଙ୍କଉ ଉପରେ ଘୃଣା ଓ ହିଂସାର “ସମାନ ନାଗରିକ ସଂହିତା” ପ୍ରଣୟନ ପାଇଁ ବ୍ୟସ୍ତ। ସରକାର ଜନଗଣଙ୍କ ଜୀବନ ଜୀବିକା କୁ ବିପର୍ଯ୍ୟସ୍ତ କରାଇ ବର୍ଷର ୩୬୫ଦିନ କେବଳ ନିର୍ବାଚନ ଜିତିବା ପାଇଁ କମ୍ପାନୀମାନଙ୍କ ଠାରୁ ଚାନ୍ଦା ନେଇ କ୍ଷମତା ବୀମା ପାଇଁ ଲାଗିଥିଵାରୁ ଏହାକୁ ମୁକାଵିଲା ପାଇଁ ଯୁବ,ଛାତ୍ର, ମହିଳା, କୃଷକ,ଶ୍ରମିକ, ଵୁଦ୍ଧିଜୀଵି ସମସ୍ତ ସଂଗଠନକୁ ଲୋକାଭିମୁଖୀ ଓ ଚଳ ଚଞ୍ଚଳ କରାଇଵାକୁ ଆହ୍ଵାନ ଦେଇଥିଲେ। ଆଗାମୀ ଦିନରେ ପାରଳାଖେମୁଣ୍ଡି ସହରକୁ ଆବର୍ଜନା ଓ ପୁତିଗନ୍ଧ ମୁକ୍ତ କରିବା ସହ ଜିଲ୍ଲାର ବିଭିନ୍ନ ଜନଦାଵି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ଆହ୍ଵାନ ଦିଆଯାଇଛି।ଏହି କର୍ମଶାଳାରେ ପାର୍ଟିର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ଶାଖା ଓ ଅଞ।ଚଳ ସମ୍ପାଦକ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ