ଧନୁର୍ଜୟପୁର ଉଚ୍ଚ ବିଦ୍ୟାଳୟରେ ବନମୋହାତ୍ସବ ସପ୍ତାହ ପାଳିତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଧନୁର୍ଜୟପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରକୃତିବନ୍ଧୁ ଶିକ୍ଷକ ବିଶ୍ୱରଞ୍ଜନ ବେହେରାଙ୍କ ସଂଯୋଜନାରେ ୭୪ତମ ବନମୋହାତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଇସିଂ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହଦଗଡ ବନାଞ୍ଚଳ ଅଧିକାରୀ ଲଛମନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବନପାଳ କେଦାର ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରକୃତି ସଂରକ୍ଷଣ, ପରିବୋ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା, ବୃକ୍ଷରୋପଣ ୁପରେ ବକ୍ତବ୍ୟ ରଖିଥିଲେ । ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ପ୍ରତିବର୍ଷ ଗଛ ଲଗାଇବା ପାଇଁ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ସପଥପାଠ କରାଇଥିଲେ । ଶିକ୍ଷକ ଅଚୁ୍ୟତ କୁମାର ସେଠୀ ମନସ୍ୱିନୀ ଖମାରୀ, ଗୌରାଙ୍ଗ ପଣ୍ଡିତ, ବିଶ୍ୱନାଥ ମାଝୀ, ରାଜେଶ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜ ନିଜ ଜନ୍ମଦିନ ପାଳନ ସମୟରେ ଗୋଟିଏ ଗୋଟିଏ ବ୍ୟକ୍ଷ ରୋଗପଣ କରି ପରିବେଶ ସୁରକ୍ଷାରେ ଭାଗିଦାରୀ ହେବାକୁ ଆହ୍ୱାନ ଦେଇଥିଲେ । ରୋଜାଲୀସା ବାରିକ ଓ ସତ୍ୟନାରାୟଣ ଜେନା ମଞ୍ଚ ସଂଯୋଜନା କରିଥିବାବେଳେ ବନମହୋତ୍ସବ ବକ୍ତୃତା ପ୍ରତିଯୋଗୀତାରେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।