ରମ୍ପାସ ଡିଷ୍ଟ୍ରୁବୁଟାରୀ କେନାଲ ରାସ୍ତା କାମ ହେଉ ନଥିବାରୁ ବଢ଼ୁଛି ଅସନ୍ତୋଷ
ହାଟଡିହିି, (ବିକାଶ ବିଶ୍ୱାଳ):ରମ୍ପାସ ଡିଷ୍ଟ୍ରୁବୁଟାରୀ କେନାଲ ରାସ୍ତା ନିର୍ମାଣର ଅବଧି ଶେଷପରେ ମଧ୍ୟ ନିର୍ମାଣ କାର୍ଯ୍ୟ ହେଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୁଚନାରୁ ଜଣାଯାଇଛି ଯେ ରମ୍ପାସ ଡିଷ୍ଟ୍ରୁବୁଟାରୀ କେନାଲ ରାସ୍ତା ଟି ଦୀର୍ଘବର୍ଷ ହେଲା ଖାଲଖମାରେ ପୁରିଯାଇ ଯାତାୟତ ଅନୁପଯୋଗୀ ହୋଇ ପଡିଥିଲା । ବାରମ୍ବାର ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜଳସମ୍ପଦ ବିଭାଗ ପକ୍ଷରୁ ବୈତରଣୀ ବିଭାଜନ ଶାଳପଡାଙ୍କ ତତ୍ୱାବଧାନରେ ଏହି କେନାଲର ଉଭୟପାଶ୍ୱର୍ ରାସ୍ତା ଉନ୍ନତିକରଣ ଓ କେନାଲ ସୁଦୃଢ଼ିକରଣ ପାଇଁ ବିଭାଗ ପକ୍ଷରୁ ୨କୋଟି ୨୭ଲକ୍ଷ ୪୬ହଜାର ୨୭୯ଟଙ୍କା ଅନୁଦାନ ଯୋଗାଇ ଦିଆଯାଇ ଟେଣ୍ଡର କରାଯାଇଥିଲା । ଏହି କାର୍ଯ୍ୟ ୨୨/୧୨/୨୦୨୨ରେ ଆରମ୍ଭ ହୋଇ ୨୧/୬/୨୦୨୩ରେ କାର୍ଯ୍ୟ ସମାପ୍ତ ହେବାପାଇଁ ଚୁକ୍ତି ହୋଇଥିଲା । ରମ୍ପାସ ଡିଷ୍ଟ୍ରିବୁଟାରୀର ଜିରୋ ଠାରୁ ୭କିଲୋମିଟର ୬୫୦ ମିଟର ଲମ୍ବ ପର୍ଯ୍ୟନ୍ତ ଏହି କାମ କରାଯିବାକୁ ଧାର୍ଯ୍ୟ ହୋଇଥିଲା । ଏହି ରାସ୍ତାଟି ଉପରେ ମଠ, କପୁଣ୍ଡି, ଛେନାପଦିଛକ, ସୁଲଣ, ଜଳସରପୁର, ଆବୁଲୁପୁରା ଆଦି ଗ୍ରାମର ଲୋକମାନେ ନିର୍ଭରଶୀଳ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନଥିବାରୁ ଲୋକମାନଙ୍କ ଭିତରେ ଅସାନ୍ତାଷ ଦେଖା ଦେଇଛି । କେବଳ ସୁଚନା ଫଳକ ମାରିଦେଇ ଓ ଅଳ୍ପ କିଛି ଖାଲଖମାକୁ ନିମ୍ନମାନର ମୋରମରେ ପୋତି ଦେଉଥବବାରୁ କାର୍ଯ୍ୟର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରେ ସେ ଜିରୋରୁ କାମ ନହୋଇ ଅପରପଟୁ କାମ ଆରମ୍ଭ ହୋଇଥବବା କହିଛନ୍ତି । କିନ୍ତୁ ଜିରୋରୁ କାମ ଆରମ୍ଭ ହେବାକୁ ତବବାବେଳେ କାହିଁକି ୋଷମୁଣ୍ଡରୁ ଆରମ୍ଭ ହେଉଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।