ମାଣିତରାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ଶ୍ରେଣୀରେ କୃତ୍ତିତ୍ବ ଅର୍ଜନ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଣିତରା ମା ସେନାପତି ଯୁବକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ସହ ଉପହାର ପ୍ରଦାନ କରାଯାଇଛି। +୨ ବିଜ୍ଞାନ ବିଭାଗର ବିଦ୍ୟାଳୟ ପ୍ରଥମ ତଥା ବ୍ଲକ ଟପର କେ.ମନସ୍ୱିନୀ ପାତ୍ର, ଦ୍ଵିତୀୟ ଶୁଭଶ୍ରୀ ବିଶ୍ବାଳ, ଓ ତୃତୀୟ ଅଙ୍କିତା ବିଶ୍ବାଳ ସମ୍ବର୍ଦ୍ଧିତ ହୋଇଥିବା ବେଳେ +୨ କଳା ବିଭାଗର ପ୍ରଥମ ପିଣ୍ଟୁ ଡାକୁଆ, ଦ୍ଵିତୀୟ ସମୃଦ୍ଧି ରାଣୀ ସାହୁ ଓ ତୃତୀୟ ଶୁଭମ ବାରିକ ସମ୍ବର୍ଦ୍ଧିତ ହୋଇଥିଲେ। ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ହୋଇଥିବା ରଘୁନାଥ ବାରିକ ଓ ଦ୍ଵିତୀୟ ହୋଇଥିବା ଓଁ ପ୍ରକାଶ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମା ସେନାପତି ଯୁବକ ସଂଘର ସଭାପତି ଅଭିଳାଷ ମହାରଣାଙ୍କ ତତ୍ତ୍ୱାବଧାନରେ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଯୁବନେତା ବବୁଲ ନାୟକ, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସନକ କୁମାର ବିଶ୍ବାଳ, ତ୍ରିନାଥ ଗୌଡ଼, ପିତାମ୍ବର ପଣ୍ଡା, ଶ୍ଵେତ ବେହେରା ଓ ସାଇରାମ ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଯୁବକ ସଂଘର ଆଲୋକ, ଦୀପକ ଓ ସୁଧାଂଶୁ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ