ବାଲିଗୁଡା ଏନଏସିର ଜାଗାମିଶନ ସର୍ଭେ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଜାଗା ମିଶନ ଯୋଜନାର ପେରିଦର୍ଶନ କରାଯାଉଛି । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ଟିମ ବାଲିଗୁଡା ଏନଏସିର ଜାଗାମିଶନ ଯୋଜନାରେ କଣ କଣ କରାଯାଇଛି ତାର ସର୍ଭେ କରାଯାଉଛି । ଏହି ଯାଗା ମିଶନରେ ଲୋକ ମାନେ କିଭଳି ଉପକୃତ ହେଉଛନ୍ତି ଲୋକ କେତେ ପରିମାଣରେ ଉପକୃତ ହେଇଛନ୍ତ,କୋ ଓାର୍ଡରେ ସର୍ଭେ ହୋଇଛି ଓ କୋ ଓାର୍ଡରେ ସର୍ଭେ ହୋଇନି କୋଠି ଡ୍ରୋନ କ୍ୟାମେରୋ ବୁଲିଛି ତାକୁଅନୁଧ୍ୟାନ କରାଯାଉଛି । ବିଭିନ୍ନ ବସ୍ତିକୁ ଯାଇ ଲୋକଙ୍କ ସହ ମିଶୁଛନ୍ତି ସେମାନଙ୍କୁ ପଚାରିବୁଝୁଛନ୍ତି ,ଏହି ଯାଗା ମିଶନ ମୁଖ୍ୟମନ୍ତ୍ରୀଙ୍କ ଅତିପ୍ରୀୟ ଯୋଜନା ଏହି ଯୋଜନା ୨୦୧୭ ମସିହାରୁ ନିୟମ ଅନୁଯାୟୀ ଯାଗାମିଶନରେ ଗୋଟିଏ ବସ୍ତିରେ ୨୦ କିମ୍ବା ତାଠାରୁ ଉର୍ଦ୍ଦ ଘରକୁ ବସ୍ତି ବୋଲି କୁହାଯାଏ । ଏହି ବସ୍ତିକୁ ଯାଗା ମିଶନ ଯୋଜନାରେ ନେଇ ବିଜୁ ଆଦର୍ଶ କଲୋନୀ କରାଯିବ ଏହି କଲୋନୀରେ ଭଲରାସ୍ତା,ଲାଇଟ,ଓପେନଜିମ ଆଦି ସବୁର ସୁବିଧା କରାଯିବ ବୋଲି ଲୋକଙ୍କୁ ବୁଝାଇଛନ୍ତି । ଆଜି ବାଲିଗୁଡା ଏନଏସିର ୨ନଂ ଓାର୍ଡର ଖଜୁରୀନାଳ,ଡହଲପୋଡି,୧୨ନଂ ଓାର୍ଡର ଗୁଳିମରାପଦା ଆଦି ସାହିକୁ ବୁଲି ଦେଖିଛନ୍ତି । ହରି ଶଙ୍କର ରାଉତ ରାଜ୍ୟ ଯାଗାମିଶନର ଉପଦେଷ୍ଟାଙ୍କ ସମେତ ଏକ ଟିମ ଭୁବ ନେଶ୍ୱରରୁ ଆସିଥିବା ବେଳେ ବାଲିଗୁଡା ଏନଏସିର ଅଧକ୍ଷ ଗୋବିନ୍ଦ ପ୍ରଧାନ, ଏନଏସି ସାଂସଦ ପ୍ରତିନିଧି ଲୋକନାଥ ପାଢି.ବିଧାୟକ ପ୍ରତିନିଧି ଅବନୀ ନାୟକ,ଏମଡି ସାବେଜ ଉଦ୍ଦିନ,ସେକ ସୋନୁ,କୁମର ଦଣ୍ଡିଆ,ସୁଜିତ ପାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ କାଉଁସିଲର ମାନେ ଏଥିରେ ସହଯୋଗ କରିଥିଲେ ।


