ମହିଳା ଗୋଷ୍ଠୀ ଙ୍କୁ ବ୍ୟାଙ୍କ ଋଣ ଓ ପରିଶୋଧ ନେଇ ମିଶନଶକ୍ତି ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମିଶନ ଶକ୍ତି ବିଭାଗ ଓଡ଼ିଶା ଦ୍ଵାରା ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶତାଧିକ ମହିଳା ମାନେ ଉପସ୍ଥିତ ରହି ମୁଖ୍ୟ ଅତିଥି ଭାବେ ଏନ୍ଏସିର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମହିଳା ଓ ମା ମାନଙ୍କ ଆର୍ଥିକ ପରିସ୍ଥିତି ସୃଦୁଢ଼ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି l ବ୍ଲକ୍ ପ୍ରକଳ୍ପ ସଂଯୋଜକ ଆଲୋକ କୁମାର ନାୟକ ମିଶନ ଶକ୍ତି ବିଭାଗରେ ଚାଲିଥିବା ବିଭିନ୍ନ ବିଭାଗର ସମନ୍ୱୟ ଉପରେ ଏବଂ ଋଣ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଜୀବିକା ମିଶନ ବିଭାଗର ଏଫ୍ ଆଇ ଚନ୍ଦନ ସାହୁ ଏବଂ ସାଇମନ୍ ବଡସେଠ ଜୀବିକା ମିଶନ ର ବିଭିନ୍ନ ବିଷୟରେ କହିଥିବା ବେଳେ ଏନଏସି ସିଏମଏମ ସୁଧାଂଶୁ ମୋହନ ହୋତା ଓ ପ୍ରଭାତ କୁମାର ଘଡେ଼ଇ ବିଭାଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉପସ୍ଥିତ ମା ମାନଙ୍କୁ ବୁଝାଇଥିଲେ! ଶେଷରେ ବିଏଲ୍ ଏଫ୍ ସମ୍ପାଦିକା ମିନି ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ