ବାଲିଗୁଡାରେ ବ୍ଲକ ସ୍ତରୀୟ ଜନଶୁଣାଣି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଯୋଗଦେଇଥିବା ବେଳେ ବିଡିଓ ଶଶାଙ୍କ ଶେଖର ପାତ୍ର ମଂଚ ପରିଚାଳନା କରିଥିଲେ ।ବ୍ଲକ ଅଧକ୍ଷା ମିଶାବତୀ ମଳିକ,ଉପାଦକ୍ଷା ନିକଜିନି ମଳିକ,ସହକାରୀ ଯନ୍ତ୍ରୀ କେଦାର ଚୌଧୁରୀ ପ୍ରମୁଖ ମଂଚାସୀନ ଥିଲେ । ଉକ୍ତ ବୈଠକରେ ୧୪ ପଂଚାୟତରୁ କିଛି ଅଭିଯେ୍ାଗ କରିଥିଲେ,କିଛି ଲୋକ ଏମଜିଏନଆରଇଜିଏସ ଟାଙ୍କା ମିଳିନି ୧୪ ପଂଚାୟତରେ ସାମାଜିକ ସମିକ୍ଷାର ୨୦ଗୋଟି ଅଭିଯୋଗ ଆସିଥିଲା । ଶେଷରେ ବିଡିଓ ଶଶାଙ୍କ ଶେଖର ପାତ୍ର କହିଛନ୍ତି ଯେ ପଂଚାୟତ ଓ ଗାଁ ସଭାରେ ଅନ୍ୟ ବିଭାଗ ମାନେକରୁଥିବା ବୈଠକ ଓ ଉନ୍ନୟନ ମୁଳକ କାର୍ଯ୍ୟରେ ଯଦୀ ସରପଂଚ ମାନଙ୍କୁ କୁହାଯାଇନଥିବ ତେବେ ସେହି ବିଭାଗର ଯୋଜନାକୁ କାର୍ଯ୍ୟକୁ ଅନୁମୋଦନ କରାଯିବ ନାହିଁ,ସମସ୍ତ ପଂଚାୟତରେ ୬୦ବର୍ଷରୁ ଉର୍ଦ୍ଦ ଲୋକେ ଯଦୀ ବାର୍ଦ୍ଦକ୍ୟ ଭତା ପାଉନଥିବେ ତେବେ ସେମାନେ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ନିଜ ନାମକୁ ପଂଜିକୃତ କରାନ୍ତୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ପ୍ରଥମକିସ୍ତି ଅର୍ଥ ପ୍ରଦାନ କରାଯାଇଛି ଓ ମୋ ଘର ଯୋଜନାରେ ଋଢ଼ ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ସଚେତନତା କରାଯିବ ଏବଂ ବ୍ଲକ ପ୍ରଶାସନକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ବିଡିଓ । ଉକ୍ତ ବୈଠକରେ ଏପିଓ ,ଜିପିଓ ଓ ସମସ୍ତ ବ୍ଲକ କର୍ମଚାରୀ ସହ ୧୪ ପଂଚାୟତର ସରପଂଚ ସିମିତିସଭ୍ୟ ଓ ପଂଚାୟତବାସୀ ଉପସ୍ଥିତ ଥିଲେ ।