ବ୍ଯାଙ୍କ ଫିଲଡ ଅଫିସର ଆତ୍ମହତ୍ୟା

ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ସହରର ରାଣୀପଡା ସ୍ଥିତ ମୁଖ୍ୟ ସଡ଼କ ପାର୍ଶ୍ଵରେ ଅତିଥି ହୋଟେଲ ଉପର ମହଲାରେ ବ୍ଯାଙ୍କ ଅଫ ଇଣ୍ଡିଆର ଫିଲଡ୍ ଅଫିସର ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯୁବକ ଜଣକ ହେଲେ ବୁଗୁଡା କୃଷ୍ଣଶରଣ ପୁର ଗ୍ରାମର ସୁଧାଶୁଂ ଶୁଭଙ୍କର ଦାଶ (୩୦)। ଶ୍ରୀ ଦାଶ ପୋଲସରା ବ୍ଯାଙ୍କ ଅଫ୍ ଇଣ୍ତିଆ ବ୍ରାଞ୍ଚର ଫିଲଡ ଅଫିସର ଭାବେ କାର୍ଯ୍ୟ କରୁଥିବା ବେଳେ ଏକାକୀ ଭଡା ଘର ନେଇ ରହୁଥିଲେ। ଉକ୍ତ ଭଡ଼ା ଘରେ ସେ ଆତ୍ମହତ୍ୟା କରିଥିବା ନେଇ ଆଜି ଅର୍ଥାତ ଜୁଲାଇ ୧୨ ତାରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜଣାପଡିଥିଲା। ଘଟଣା ସ୍ଥଳରେ ପୋଲସରା ପୋଲିସ ପହଞ୍ଚି ମର ଶରୀର ଜବତ କରି ଶବ ବ୍ଯବଛେଦ ପାଇଁ ପଠାଯାଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବ ପରେ ମୁତ୍ଯୁର କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି। ବ୍ଯାଙ୍କ ଫିଲଡ୍ ଅଫିସର ଜଣଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସୁଧାଂଶୁ କେଉଁ କାରଣ ଯୋଗୁଁ ଆତ୍ମହତ୍ୟା କଲେ ତାହାକୁ ନେଇ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ପୋଲସରା ଥାନାରେ ଦେଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ