ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା):ସମାନ ଗ୍ରେଡ ପେ ଆଧାରରେ ସମସ୍ତ ବର୍ଗର କର୍ମଚାରୀ ମାନଙ୍କୁ ସମାନ ଦରମା ପ୍ରଦାନ କରିବା ସମସ୍ତ କର୍ମଚାରୀ ଙ୍କୁ ପେନସନ ପରିଭୁକ୍ତ କରିବା, ୨୦୧୮କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିଶନ ହାତରେ ଦରମା ପ୍ରଦାନ କରିବା,ବାଦ ପଡ଼ିଥିବା କର୍ମଚାରୀ ମାନଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ଦବିନେଇ ନିଖିଳ ଓଡ଼ିଶା ୬୬୨ବର୍ଗ ବେ ସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୁଧବାର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଙ୍କୁ ପ୍ରଦାନ କରିଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ନିଖିଳ ଓଡ଼ିଶା ୬୬୨ବର୍ଗ ବେ ସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ର ଜିଲ୍ଲା ସମ୍ପାଦକ ଶିଶିର କାନ୍ତ ବିଷୋୟୀ ଙ୍କ ନେତୃତ୍ବରେ ଜିଲ୍ଲାର ପ୍ରାୟ ୪୨ ଟି କଲେଜ ର ଦୁଇଶହ ରୁ ଅଧିକ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନେ ସ୍ଥାନୀୟ କଲେଜ ଛକ ଠାରୁ ଏକ ଶୋଭାଯାତ୍ରା ରେ ଆସି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଚି। ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଥାଉକି ଗତ ଫେବୃଆରୀ ୧୩ତାରିଖ ରୁ ଏହି ବର୍ଗ ର କର୍ମଚାରୀ ମାନେ ଧାରଣାରେ ବସି ରହିଥିଲେ। ସରକାରଙ୍କ ଅନୁରୋଧ କ୍ରମେ ଓ ପିଲାଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ କାର୍ଯ୍ୟରେ ଏମାନେ ସୋହଯୋଗ କରିଥିଲେ । ତଥାପି ସରକାର ସେମାନଙ୍କ ଦାବି ପୂରଣ କରିନାହାନ୍ତି। ଆସନ୍ତା ୨୦ ତାରିଖରେ କାର୍ଯ୍ୟବନ୍ଦ କରାଯିବା ସହିତ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ନିଖିଳ ଓଡ଼ିଶା ୬୬୨ବର୍ଗ ବେ ସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ର ସଭାପତି ଡ଼. ସୂର୍ଯ୍ୟ ନାରାୟଣ ଦାଶ । କାର୍ଯ୍ୟକାରୀ ସଭାପତି ସଞ୍ଜୟ ଷଡ଼ଙ୍ଗୀ , ଉପ ସଭାପତି ଦିଗାମ୍ବର ବିଶୋଇ , ମାନସ ରଞ୍ଜନ ପଟ୍ଟନାୟକ, ସଂଯୁକ୍ତା ପଣ୍ଡା, ଏ. ଜିତେଶ ରାଓ ଦୋରା, ଅଜିତ କୁମାର ପଟ୍ଟନାୟକ ସମେତ ୪୨ ଟି କଲେଜ ର ସମାସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ