ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିଭିନ୍ନ କାର୍ଯ୍ୟକ୍ରମ

ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଜୁଲାଇ ୧୪ ତାରିଖ ଦିନ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମର ଗୁଡ଼ିମାଳ ଠାରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଂସ୍କୃତି ଭବନ ନିର୍ମାଣାର୍ଥେ ଭୂମି ପୂଜନ ମହୋତ୍ସବରେ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭୂମି ପୂଜନ କରିଥିଲେ। ଏଥିସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପୋଲସରା ଏନ୍.ଏ.ସି ମେନ୍ ରୋଡ଼ଠାରେ ସିମରନ୍ ହୋଟେଲ ଏଣ୍ଡ ରେଷ୍ଟୁରାଣ୍ଟକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିଲେ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମ ଠାରେ ଗ୍ରାମ୍ୟ ଗୋପାଳ ସମାଜ ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଗୋପାଳ ସମାଜ ଗୃହକୁ ଉଦଘାଟନ କରିଥିଲେ। ଏହି ଅବସରରେ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ପୋଲସରା ବ୍ଲକ ମଥୁରା ଗ୍ରାମ ଓ ବୁଗୁଡା ବ୍ଳକର ମହୁଲପଲ୍ଲୀ ଗ୍ରାମରେ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ। ବିଧାୟକଙ୍କ ସହଧର୍ମଣୀ ଗୋଲାପ ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ ନାୟକ, ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ନରେନ୍ଦ୍ର ଦେବତା, ମଦନ ଗୋପାଳ ଦୋରା, କେ.ନୀଳମାଧବ ଆଚାରୀ, ଦେବରାଜ ବେହେରା, କବିରାଜ ଗୌଡ଼, କେ.ତ୍ରିଲୋଚନ ଦୋରା ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ବିଧାୟକଙ୍କ ସହ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ