ବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଅମରେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସମାଜ ସହଯୋଗରେ ଚାରିଛକ ସାମ୍ବାଦିକ ସଂଘ ନେତୃତ୍ବରେ ଜାତୀୟ ସେବା ଯୋଜନା (ଏ ନ ଏସ ଏସ) ପକ୍ଷରୁ ବୃକ୍ଷରୋପଣ ସହ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି ।ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା ମେଲକା, ପ୍ରଭାତ ଦାସ, ସତ୍ୟଜିତ ବାନାର୍ଜୀ, ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ,ବିଶ୍ଵତାପନ ବୃଦ୍ଧି ,ଓ ପରିବେଶ ପ୍ରଦୂଷଣ କୁ ରୋକିବା ପାଇଁ ବୃକ୍ଷରୋପଣ ହିଁ ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚାରିଛକ ସାମ୍ବାଦିକ ସଂଘର ପ୍ରଫୁଲ୍ଲ କୁମାର କର, ବସନ୍ତ କୁମାର ଦାସ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ବିଜୟ ବେହେରା ,ପ୍ରଫୁଲ୍ଲ କୁମାର ସାହୁ ପ୍ରଶାନ୍ତ ସାହୁ ,ମୃତ୍ୟୁଞ୍ଜୟ ମହାପାତ୍ର ,ସମାଜସେବୀ କୃଷ୍ଣ ଚନ୍ଦ୍ର ରାଉତ,ଶତ୍ରୁଘ୍ନ ପାତ୍ର (ଅଧିନ) ଙ୍କ ସମେତ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସ୍କୁଲ ପରିସରରେ ବିଭିନ୍ନ କିସମ ର ଶତାଧିକ ଚାରା ରୋପଣ କରାଯାଇଥିଲା ।


