ନୟାହାଟ ଫାଣ୍ଡି ରୁ ଚମ୍ପଟ ବିଜୟ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ପାଣ୍ଡି ହାଜତରୁ ଚମ୍ପଟ ମାରିଥିବା କୁଖ୍ୟାତ ଅପରାଧି ବିଜୟ ଖଟୋଇ କୁ ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଛି। ବିଜୟ ନିଜ ଘରେ ଥିବା ବିଶେଷ ସୂତ୍ରରୁ ଖବର ପାଇ ଫାଣ୍ଡିର ପୂର୍ବତନ ଅଧିକାରୀ ବାବୁଲି ପ୍ରଧାନ ଏବଂ ଗୋପ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ନୟାହାଟ ନିକଟସ୍ଥ ଧୁମାଳ ଗ୍ରାମର ତାର ଘର ଉପରେ ଚଢ଼ାଉ କରି ତାକୁ ଗିରଫ କରିଥିଲେ । ବିଜୟ ଖଟୋଇ ନୟାହାଟ ଅଞ୍ଚଳର ନିପାଣିଆ ଗଡ଼ ଗ୍ରାମର କୁଞ୍ଜ ନାୟକ ଙ୍କ ଘରୁ ସୁନା ଗହଣା ଓ ତିନୋଟି ମୋବାଇଲ ଫୋନ ପ୍ରାୟ ୩ ଲକ୍ଷ ଟଙ୍କାର ଜିନିଷ ଚୋରି କରିଥିଲା ।ଏ ସଂମ୍ପର୍କ ରେ ଗୋପ ଥାନାରେ ଏକ ମାମଲା ରୁଜୁ କରି ପୂର୍ବତନ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଗିରଫ କରି ତାକୁ ହାଜତରେ ରଖିଥିଲେ । ଗତ ଜୁନ୧୪ ତାରିଖ ଦିନ ସମସ୍ତେ ବିଶ୍ରାମ ନେଇଥିବା ବେଳେ ବିଜୟ ହାଜତରୁ ଫେରାର ହୋଇଯାଇଥିଲା। ଏହି ଘଟଣା ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଥିବାବେଳେ ଫାଣ୍ଡି ର କନେଷ୍ଟବଳ ରାଜନ ମିଞ୍ଜି କୁ ପୁରୀ ଏସପି ନିଲମ୍ବିତ କରିବା ସହିତ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଙ୍କୁ ଗୋପ ଥାନା କୁ ବଦଳି କରିଥିଲେ।ବିଜୟ ଖଟୋଇ ନାମରେ ବିଭିନ୍ନ ଥାନାରେ ୪୦ ରୁ ଉର୍ଦ୍ଧ୍ବ ମାମଲା ଥିବାବେଳେ ତାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା । ଅଭିଯୁକ୍ତ ବିଜୟ ଖଟୋଇ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସଂକ୍ରାନ୍ତ ରେ କେଶ ନଂ ୨୪୨/୨୩ ରେ ଦଫା ୪୫୭ ,୩୮୦ ଆଇପିସି ରେ ମାମଲା ରୁଜ୍ଜୁ ହୋଇଛି।


