ସାତବର୍ଷିୟ ଶେୟା କରୁଛନ୍ତି ବେଦ ପାଠ

ନିମାପଡ଼ା, (ସନ୍ତୋଷ ଦାଶ):ବିଭିନ୍ନ ଧର୍ମାନୁଷ୍ଠାନ ରେ ବେଦପାଠ ହୁଏ। ଯଜ୍ଞ ହେଉ ଅବା ଶାସ୍ତ୍ରୀୟ କାର୍ଯ୍ୟକ୍ରମ ବୈଦିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ୱାରା ଅନେକ ସ୍ଥାନ ରେ ବେଦ ପାଠ ଓ ମନ୍ତ୍ର ଧୋନି କରାଯାଏ। କିନ୍ତୁ କାକଟପୁର ଅଂଚଳ ର ଏକ କୁନି ଝିଅ ଯାହାର ବୟସ ମାତ୍ର ୭ ବର୍ଷ ସେ ନିର୍ଭୁଲ ଭାବରେ ବେଦପାଠ କରିପାରୁଛି। ଏଥି ସହିତ ସେ ହନୁମାନ ଚାଳିଶା, ଶିବ ତାଣ୍ଡବ, ଗଣେଶ ପଞ୍ଚରତ୍ନ, ଦୁର୍ଗା ଙ୍କ ଅଭୟ ପଞ୍ଜର, ରାମାୟଣ ର ସଂସ୍କୃତ ଶ୍ଳୋକ କୁ ଅନର୍ଗଳ ବୋଲି ପାରୁଛନ୍ତି । ପୁରୀ ଜିଲ୍ଲା କାକଟପୁର ର ପ୍ରଦୀପ୍ତ ପ୍ରଧାନ ଙ୍କ ୭ ବର୍ଷ ର ଝିଅ ଶ୍ରେୟା ପ୍ରଧାନ। କାକଟପୁର ରେ ଜନ୍ମ ଆଉ ପିଲାଦିନୁ ଏଇଠି ବଡ଼ ହେଇଛନ୍ତି ସେ।ନିଜ ଜେଜେ ବାପା ଜିତେନ୍ଦ୍ର ବିଶ୍ୱାଳ ଙ୍କ ନିକଟରେ ଲାଳନପାଳନ ହେଉଥିଲେ ଆଉ ଛୋଟ ବେଳୁ ନିଜ ଜେଜେ ଙ୍କ ସହ ବିଭିନ୍ନ ଧର୍ମ ଅନୁଷ୍ଠାନ ବୁଲିବାକୁ ଯାଆନ୍ତି ଶ୍ରେୟା ।ସେହି ସମୟ ରୁ କେବଳ ଧର୍ମ ସମ୍ବନ୍ଧୀୟ ଚର୍ଚ୍ଚା ଆଉ ଶ୍ଳୋକ ଶିଖିବାକୁ ଆଗ୍ରହ ପ୍ରକାଶ କରିଥିଲେ ଯାହା ଆଜି ତାଙ୍କ କଣ୍ଠ ରେ ଶୁଣିବାକୁ ମିଳୁଛି। ଆଜିକାଲି ଅଧିକାଂଶ ପିଲା ମୋବାଇଲ ରେ ବିଭିନ୍ନ ଗେମ ଖେଳି ସମୟ କାଟୁଥିଲାବେଳେ ଏତେ କମ ବୟସ ରୁ ଶ୍ରେୟା ମୋବାଇଲ ରେ ରାମାୟଣ, ମହାଭାରତ, ଜୟ ହନୁମାନ, ଶ୍ରୀ ଗଣେଶ ପରି ଆଧ୍ୟାତ୍ମିକ ପ୍ରବଚନ ବିଷୟରେ ଦେଖନ୍ତି ଆଉ ଯାହା ବି ବିଷୟବସ୍ତୁ ଦେଖନ୍ତି ତାକୁ ନୋଟ କରି ଗୋଟେ ଦିନ ଭିତରେ ମନେ ରଖନ୍ତି ।ଶ୍ରେୟା ଦୁଇ ବର୍ଷ ହେବ ମୁମ୍ବାଇ ରେ ପାଠ ପଢୁଛନ୍ତି କିନ୍ତୁ ଭୁଲି ନାହାନ୍ତି କାକଟପୁର ଓ ପ୍ରାଚୀ ର ସଂସ୍କୃତି ଆଉ ଆଧ୍ୟାତ୍ମିକତା କୁ। ବର୍ଷକୁ ଚାରି ମାସ ଛୁଟି ରେ ଶେୟା ଯେତେବେଳେ କାକଟପୁର ଆସନ୍ତି ବିଭିନ୍ନ ଭଜନ, ଜଣାଣ , ଶ୍ଳୋକ ବୋଲନ୍ତି ଆଉ ନିଜ ପରିବାର ଲୋକ ଙ୍କୁ ଶୁଣାନ୍ତି ଶ୍ରେୟା। ଏଥିରେ ତାଙ୍କୁ ତାଙ୍କ ମା ମଧ୍ୟ ଅନେକ ସହଯୋଗ କରନ୍ତି ।କେବଳ ବେଦ ଶ୍ଳୋକ ନୁହେଁ, ସମସ୍ତ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ନା, ସବୁ ରାଜ୍ୟ ର ରାଜଧାନୀ, ବିଜ୍ଞାନ ରେ ଥିବା ପିରିୟଡିକ୍ ଟେବୁଲ ପରି ଅନେକ ସାଧାରଣ ଜ୍ଞାନ ନିର୍ଭୁଲ ଭାବେ କହି ପାରୁଛନ୍ତି ଶ୍ରେୟା।ଏଥିପାଇଁ ଶ୍ରେୟା ଙ୍କୁ ଅନେକ ସ୍ଥାନ ରେ ପୁରସ୍କୃତ, ସମ୍ମାନିତ କରାଯାଇଛି।ସତରେ ଆଜି ର ଏହି ଦୁନିଆ ରେ ଶିଶୁ ବୟସ ରୁ ପିଲାମାନେ ଅନେକ ଆଧୁନିକତା ଆଡକୁ ଅଗ୍ରସର ହେଉଥିବାବେଳେ ଶ୍ରେୟା ଅନ୍ୟ ଶିଶୁ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ ପାଲଟିଛନ୍ତି ଏଥିରେ ସନ୍ଦେହ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ