ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ପୋଷାକ ବିତରଣ ଉତ୍ସବ ରେ ପ୍ରଧାନଶିକ୍ଷକ ଶ୍ରୀ ଲଡୁ କିଶୋର ନାହାକ ଙ୍କ ପୌରହିତ୍ୟରେ ସ୍କୁଲ ପରିଚାଳନା କମିଟି ସଭାପତି ବରୁଣ ପୋଲାଇ ଙ୍କ ସହ ସମସ୍ତ କମିଟି ସଦସ୍ୟ ମାନେ ଯୋଗଦାନ କରି ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିବା ଅବସରରେ ସୂର୍ଯ୍ୟ ନାରାୟଣ ଦାଶ, କୋରା ପୋଲାଇ, ପ୍ରବୀଣ ପୋଲାଇ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। ଉପସ୍ଥିତ ରହି ପୋଷାକ ବଣ୍ଟନ ଓ ଧନ୍ୟବାଦ ଜ୍ଞାପନ କରିଥିଲେ।


