ଲଗାଣ ବର୍ଷାରେ ପାହାଡ଼ରୁ ପଥର ଖସି ୭ ଛେଳି ମୃତ ଓ ୧ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ତ ତଥା ଗୁମା ବ୍ଲକ ଝାମୀ ପଞ୍ଚାୟତ ଅନ୍ତର୍ଗତ ଏକ ଜଙ୍ଗଲ ଠାରେ ଛେଳି ଚରୁଥିବା ବେଳେ ହଠାତ୍ ପାହାଡ଼ରୁ ପଥର ଖସି ଘଟଣା ସ୍ଥଳରେ ୭ ଛେଳି\’ଙ୍କ ମୃତ୍ୟୁ ହେବାସହ ଗୋଟିଏ ଛେଳି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛି । ଗ୍ରାମର ଶ୍ରୀ ଜି: ଭେଙ୍କଟ ରାଓ ନାମକ ଜଣେ ବ୍ୟକ୍ତି ସବୁଦିନ ଭଳି ନିକଟସ୍ତ ପାହାଡିଆ ଜଙ୍ଗଲ ଅଞ୍ଚଳକୁ ଛେଳି ଚରାଇବା ପାଇଁ ଯାଇଥିଲେ ।୨ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ସଂପୃକ୍ତ ପାହାଡ଼ରୁ ହଠାତ ପାହାଡ଼ରୁ ପଥର ଖସି ଏପରି ଏକ ଦୁର୍ଘଟଣା ଘଟିଥିଲା । ଲଗାଣ ବର୍ଷା ଯୋଗୁଁ ଏପରି ପଥର ଖସି ଆସିଥିଲା ବୋଲି କୁହାଯାଉଛି। ଖବର ପାଇ ଜିଲ୍ଲା ଅଗ୍ନିଶମ ବାହିନୀର ଏକ ଟିମ ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ଏକ ବିଭାଗୀୟ ଦଳ ଘଟଣା ସ୍ଥଳରେ ପହଞ୍ଚି ମେସିନ ଯୋଗେ ପଥର ହଟାଇ ଛେଳି ଉଦ୍ଧାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ