ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ ଘଟଣା ଗିରଫ କଲା କର୍ଣ୍ଣାଟକ ପୋଲିସ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ଥାନା ଠାରୁ ଶହେ ମିଟର ଦୂରରେ ପୁଇଁତୋଳା ଗ୍ରାମର ଜତୀୟ ରାଜପଥ (୧୬) ରେ ଏକ ଦୋକାନରୁ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଅପହରଣ ଘଟଣା ରୋଚକ ମୋଡ଼ରେ। ଦୁଇ ଭାଇଙ୍କୁ ବିଶାଖାପାଟଣା ଗଞ୍ଜାମ ପୋଲିସ ଠାବ କରିଥିବା ବେଳେ, ଏକ ଗଞ୍ଜେଇ କେଶରେ କର୍ଣ୍ଣାଟକ ପୋଲିସ ଉଠାଇ ନେବା ସହ ଗିରଫ କରିଥିବା ପୋଲିସ ସୁଚନା ଦେଇଛି। ଯାହା ଫଳରେ ଅପହରଣ ନାଟକର ଯବନିକା ପଡିଛି। ଗଞ୍ଜାମ ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ପୁଇଁତୋଳା ଗ୍ରାମ ଜାତୀୟ ଜାତୀୟ ରାଜପଥ (୧୬) ନିକଟ ରେ ପୁଇଁତୋଳା ଗ୍ରାମର ପଞ୍ଚାନନ ସାହୁ ଏବଂ କୃଷ୍ଣ ଚନ୍ଦ୍ର ସାହୁ ନିଜ ଦୋକାନରେ ବସିଥିବା ବେଳେ ସନ୍ଧ୍ୟା ଆଠ ଘଣ୍ଟ ସମୟରେ ଏକ ଇନୋଭା କରରେ କିଛି ଦୃବୁତ ଆସି ବନ୍ଧୁକ ମୁନରେ l ଅପହରଣ କରିନେଇଥିଲେ। ଏନେଇ ଅପହୃତ ପରିବାରଙ୍କ ପରିବାର ପକ୍ଷରୁ ଗଞ୍ଜାମ ଥାନାରେ ଏତଲା ଦିଆଯାଇଥିବା ବେଳେ , ପୋଲିସ ବହୁ ବିଳମ୍ବ ରେ ଆସିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଯାହାକୁ ନେଇ ସ୍ତାନୀୟ ବାସିନ୍ଦା ଓ ବ୍ୟବସାୟୀ ମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର, ଚମାଖଣ୍ଡି ଆଇଆଇସି ସୁଦୀପ୍ତ କୁମାର ସାହୁ, ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ, ଖଲ୍ଲିକୋଟ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରିଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବ ବୋଲି ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ପେଟ୍ରୋଲ ଟ୍ୟାଙ୍କର ଓ ଅନ୍ୟ ସିସି କ୍ୟାମେରା ଫୁଟେଜରୁ ରଙ୍ଗକଲର ଇନୋଭା(kA ୦୩ A E ୦୦୨୦)ଗାଡିର ନମ୍ବର ଓ ଧଳାକାର (୮୯୭) ନମ୍ବର ବାହାର କରି , ଟ୍ରାକ କରି
ଅପହରଣ କାରୀମାନେ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ନେଇଯାଇଥିବା ଜାଣିବାକୁ ପାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର l ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ମାନେ ଛତ୍ରପୁର ଏସଡିପିଓଙ୍କ ନେତୃତ୍ୱରେ ଗତକାଲି ରାତିରେ ଗଞ୍ଜାମ ଆଇଆଇସି, ଛତ୍ରପୁର ଆଇଆଇସିଙ୍କ ସମେତ ଅନ୍ୟ ଆଇଆଇସିମାନେ ଆନ୍ଧ୍ର ଅଭିମୁଖେ ଯାଇ
ଆନ୍ଧ୍ରପ୍ରଦେଶରେ ସେମାନଙ୍କୁ ଏକ ହୋଟେଲରୁ ଠାବ କରିଥିଲେ। ସେଠାରେ କର୍ଣ୍ଣାଟକ ପୋଲିସ ଅଧିକାରୀ ମାନେ ବିଶାଖାପାଟଣାର ଏମପିଭି ପୋଲିସ ଷ୍ଟେସନରେ ,ଗଞ୍ଜାମ ଆଇଆଇସି ସଂନ୍ତୋଷ କୁମାର ବେହେରାଙ୍କୁ ଲିଖିତ ଭାବେ କର୍ଣ୍ଣାଟକ ରାଜ୍ୟର whitefiell ପୋଲିସ ଷ୍ଟେସନରେ ଗତ ୯.୭.୨୦୨୩ ତାରିଖରେ u/s NDPS ଆକ୍ଟ ଅନୁସାରେ ଗଞ୍ଜେଇ ଚୋରାଚାଲାଣ କେଶର ଦୁଇ ଭାଇଙ୍କ ନାମରେ କେଶନମ୍ବର୨୧୧/୨୦୨୩,୯/୭/୨୦୨୩ ରୁଜୁ ହୋଇଥିଲା । ସେହି ଅଧିନିୟମ ଅନୁସାରେ ଗିରିଫ କରିଥିବା କହିଥିବା ଗଂଜାମ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ