ମାଆ କନ୍ଧୁଣି ଦେବୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମର ଇଷ୍ଟଦେବୀ ମାଆ କନ୍ଧୁଣୀ ଦେବୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳୁ ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିରରେ ମାଆଙ୍କ ସ୍ନାନ ଏବଂ ସକାଳ ଆଳତି ଅନୁଷ୍ଠିତ ହେବା ସହିତ ଆବଶ୍ୟକ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ପରେ ମାଆଙ୍କର ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପୂଜା ଶେଷରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କିମ୍ବଦନ୍ତୀ ଅନୁସାରେ କିଛି ବର୍ଷ ପୂର୍ବେ ଠାକୁରାଣୀ ପାଣିରେ ଭାସି ଯାଉଥିବା ବେଳେ ଚଢ଼ିଆପଲ୍ଲୀ ଗ୍ରାମବାସୀଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଗ୍ରାମବାସୀ ଠାକୁରାଣୀଙ୍କୁ ଆଣି ଗ୍ରାମରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସୁରେନ୍ଦ୍ର ରାଉତ,ସୁଦର୍ଶନ ଖଣ୍ଡୁଆଳ, ବାଞ୍ଛାନିଧି ସ୍ୱାଇଁ, ପ୍ରହଲ୍ଲାଦ ଖଣ୍ଡୁଆଳ, କେଶବ ଖଣ୍ଡୁଆଳ, ବୁଲୁ ଲେଙ୍କାଙ୍କ ନେତୃତ୍ବରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଆଜି ମାଆଙ୍କ ବାର୍ଷିକ ଉତ୍ସବ ଦେଖିବା ପାଇଁ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରି ମାଆଙ୍କ ପୀଠରେ ବେଲଗୁଣ୍ଠା ଶ୍ରୀ ଶ୍ରୀ ଆନନ୍ଦ କବିଚନ୍ଦ୍ର ପୁରୁଣା ଦଣ୍ଡ କମିଟି ତରଫରୁ ମଧ୍ୟ ମାଆଙ୍କ ପୂଜାର୍ଚ୍ଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦଣ୍ଡ କମିଟି ସଭାପତି ଏସ ଭାସ୍କର ପାତ୍ର, ଉପଦେଷ୍ଟା ଓମ୍ ପ୍ରକାଶ ସାହୁ,ସମ୍ପାଦକ ସୁଶାନ୍ତ କୁମାର ବେହେରା,ପରିଚାଳକ ଶଙ୍କର ବେହେରା,ସଦସ୍ୟ କାଶୀନାଥ ସାହୁ,ସଞ୍ଜୟ ବେହେରା, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ କୁମାର ସାହୁ,ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଓ ଯୁବ ସମାଜସେବୀ ପପୁ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ