ଉପକାରୀ ‘କାକୁଡ଼ି’
ବର୍ଷର ସବୁ ସମୟରେ ବଜାରରେ କାକୁଡ଼ି ମିଳିଥାଏ । ପ୍ରାୟ ୩,୦୦୦ ବର୍ଷ ପୂର୍ବେ ଭାରତରେ ଏହାର ଚାଷ ଆରମ୍ଭ ହୋଇଥିଲା । କାକୁଡିରେ ୯୫% ଜଳୀୟ ଅଂଶ ରହିଛି । ସେଥିପାଇଁ ଡାକ୍ତରମାନେ ମୋଟାଲୋକଙ୍କୁ କାକୁଡି ପ୍ରଚୁର ପରିମାଣରେ ଖାଇବା ପାଇଁ ଉପଦେଶ ଦିଅନ୍ତି । ଏହାର ବ୍ୟବହାର ଆମର ଦୈନନ୍ଦିନ କାମରେ ମଧ୍ୟ ଆସିଥାଏ । ଜୋତା ସଫା କରିବା ପାଇଁ କାକୁଡି ଥରେ ବ୍ୟବହାର କଲେ ଆପଣ ଫରକ୍ ଜାଣିପାରିବେ । ଏପରିକି ଚମଡା ଜୋତାକୁ ମଧ୍ୟ ଏହା ପରିଷ୍କାର କରିଦିଏ । ଏଥିରେ ଥିବା ଜଳର କୌଣସି କୁପ୍ରଭାବ ଜୋତା ଉପରେ ପଡିନଥାଏ । ମୁଣ୍ଡବିନ୍ଧା ରୋଗୀ ଶୋଇବା ପୂର୍ବରୁ ଫାଳେ କାକୁଡି ଖାଇନିଅନ୍ତୁ । ଦେଖିଲେ ସକାଳୁ ଆପଣଙ୍କୁ କିପରି ଆରାମ୍ ଲାଗିବ। ଇଜିପ୍ଟର ସୁନ୍ଦରୀ କ୍ଳିଓପାଟ୍ରା ନିଜର ସୌନ୍ଦର୍ଯ୍ୟ ପାଇଁ ନିୟମିତ କାକୁଡି ଆଚାର ଖାଉଥିଲେ । ଆଜିକା ଦିନରେ ୮୧% ବ୍ରିଟିଶ୍ ନାଗରିକ ପ୍ରତ୍ୟେକ ଦିନ ସକାଳ ଜଳଖିଆରେ କାକୁଡିକୁ ପାଉଁରୁଟି ସହ ଖାଇବାକୁ ଭଲପାଆନ୍ତି । ସେମାନଙ୍କ ଭାଷାରେ ଏହାକୁ ଇଂଲିଶ୍ ସାଣ୍ଡଓ୍ୱିଚ୍ କୁହାଯାଏ । ମୁମ୍ବାଇ ସିନେଜଗତର ୯୯% ଅଭିନେତ୍ରୀଙ୍କର ପ୍ରିୟ ଖାଦ୍ୟରେ କାକୁଡି ସ୍ଥାନ ପାଇଛି । ଇଜିପ୍ଟବାସୀଙ୍କର ପ୍ରିୟ ଫଳ ରସ ହେଉଛି କାକୁଡି ଜୁସ୍ ।


