ମଣିପୁର ହିଂସାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଛତ୍ରପୁର, (ଦେବଦତ୍ତ ମହାରଣା):ମଣିପୁର ହିଂସା ତଥା ଆଦିବାସୀ ମହିଳାଙ୍କ ଉଲଗ୍ନ ପ୍ୟାରେଡ୍ ଓ ଯୈାନ ନିର୍ଯ୍ୟାତନା ବିରୁଦ୍ଧରେ ପ୍ରତିବାଦ କରି ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ଭିଟାମାଟି ସୁରକ୍ଷା ଅଭିଯାନ, ଭାରତ ମୁକ୍ତି ମୋର୍ଚ୍ଛା ଓ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଏକ ପ୍ରତିବାଦ ସଭା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯିବା ସହ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଆଇନଜିବୀ ସୁମା ଦାସ, କଂଗ୍ରେସ ନେତା ଭାଗିରଥି ବେହେରା, ଋଷିକୁଲ୍ୟାରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ବିଜୟ ସ୍ୱାଇଁ,ସୁବାଷ ଶବର, ସୁମନ ଶବର, କ୍ରିଷ୍ଣା ନାହାକ, ପ୍ରହ୍ଲାଦ ବେହେରା, ଗଗନ ବେହେରା, ଘନଶ୍ୟାମ ଶବରଙ୍କ ସମେତ ବହୁ ଜନ ସାଧାରଣ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ