ହାତୀଓଟ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇ ସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଶିକ୍ଷକ ନିରାନନ୍ଦ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ସିମାଞ୍ଚଳ ସାହୁ, ସମୀର କୁମାର ଦଳାଇ , ଶିକ୍ଷୟିତ୍ରୀ ସବିତା କୁମାରୀ ରାଉତ, ସୁନୀତା ବଡ଼ଜେନା ଉପସ୍ଥିତ ଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଡ଼କ ଦୁର୍ଘଟଣାର କାରଣ, ଟ୍ରାଫିକ ନିୟମ, ସଡ଼କ ଦୁର୍ଘଟଣା ହ୍ରାସ କରିବାର ଉପାୟ ବିଷୟରେ ସଚେତନତା କରିଥିଲେ। ନିଜେ ସଡକ ସୁରକ୍ଷା ନିୟମ ମାନିବା ସହ ନିଜ ପରିବାର ଓ ଗ୍ରାମ ଲୋକଙ୍କୁ ସଚେତନ କରିବା ପାଇଁ ସଂକଳ୍ପ ନେଇଥିଲେ। ଶେଷରେ ଶିକ୍ଷକ ଶୁଭକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ