ସରକାରୀ ଛୁଟି ଦିନ ରେ ସାଧାରଣ ବୈଠକ ଆୟୋଜନ ନେଇ ପିଡି ଙ୍କୁ ଅଭିଯୋଗ

ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ରେ ଛୁଟି ଦିନ ରେ ସାଧାରଣ ବୈଠକ ଆୟୋଜନ ନେଇ ବର୍ତମାନ ଏଠାକାର କାଉନ୍ସିଲର ଗଞ୍ଜାମ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ,ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଙ୍କୁ ଅଭିଯୋଗ କରିବା ସହ ନିର୍ଧାରିତ ବୈଠକ କୁ ବାତିଲ କରିବା ପାଇଁ ଅନୁରୋଧ କରିଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡା ଏନ ଏ ସି ର ଅଷ୍ଟମ ସାଧାରଣ ଅଧିବେଶନ ଚଳିତ ମାସ ୨୯/୦୭/୨୩ ତାରିଖ ରେ ଆୟୋଜନ କରାଯିବା ନେଇ ଚିଠି ନମ୍ବର ୧୧୯୬ ତାରିଖ ୨୪/୦୭/୨୩ ରେ ସମସ୍ତଙ୍କୁ ସୂଚନା ଦିଆଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଜୟ ପରିଚାଳନା ବିଭାଗ ତରଫରୁ ଚିଠି ନମ୍ବର ୨୭୦୭୮/ ୨୭/୭/୨୩ ପ୍ରକାରେ ଘୋଷଣା କରାଗଲା ଯେ ପବିତ୍ର ମହରମ ପାଇଁ ୨୮/୭/୨୩ ରେ ଘୋଷଣା ହୋଇଥିବା ଛୁଟି କୁ ପରିବର୍ତନ କରାଯାଇ ୨୯/୦୭/୨୩ ଶନିବାର ଦିନ ଛୁଟି ପାଳନ କରାଯିବ ଏହିଦିନ ରାଜ୍ୟ ସରକାର ଙ୍କ ସମସ୍ତ ଅଫିସ ବନ୍ଦ ରହିବ। ଏହି ଘୋଷଣା ନାମା ପ୍ରକାରେ ଆସନ୍ତା କାଲୀ ଅର୍ଥାତ ପବିତ୍ର ମହରମ ପାଇଁ ସବୁ ଛୁଟି ରହିବ। ଏହି ପରିପ୍ରେକ୍ଷୀ ରେ ସୋରଡା ଏନ ଏ ସି ତରଫରୁ ଆୟୋଜିତ ସାଧାରଣ ବୈଠକ ମଧ୍ୟ ବାତିଲ ହେବା କଥା। କିନ୍ତୁ ସୋରଡା ଏନ ଏ ସି ତରଫରୁ ବର୍ତମାନ ଯାଏଁ କୌଣସି ଘୋଷଣା କରାଯାଇନାହିଁ। ସାଧାରଣ ବୈଠକ ରେ ସହର ର ବିଭିନ୍ନ ସମସ୍ଯା ର ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନିମନ୍ତ୍ରଣ କରାଯାଇଥାଏ ଏବଂ ସେମାନଙ୍କ ସହ ଆଲୋଚନା କରଯାଇ ଆବଶ୍ୟକ ପଦକ୍ଷେପ ନିଆଜିବା ସହ ଲୋକଙ୍କ ସମସ୍ଯା ସମଧାନ ପାଇଁ ପ୍ରଚେଷ୍ଟା କରାଯାଇଥାଏ। ରାଜ୍ୟ ସରକାର ଯଦି ଛୁଟି ଘୋଷଣା କରିଛନ୍ତି ତେବେ କେଉଁ ଅଧିକାରୀ ବୈଠକ ରେ ଉପସ୍ଥିତ ରହିବେ ତାହା କିଏ କହିବ ଏବଂ ଯଦି ଅଧିକାରୀ ଉପସ୍ଥିତ ନ ରହିପାରିଲେ ସେମାନଙ୍କୁ କଣ କାରଣ ଦର୍ଶାଅ ନୋଟିସ ଦିଆଯାଇପରିବ କି ବୋଲି ଅଭିଯୋଗ କରିଛନ୍ତି ୦୮ ୱାର୍ଡ କାଉନ୍ସିଲର। ସରକାରୀ ନିର୍ଦେଶନାମା ପ୍ରକାରେ ରାଜ୍ୟସରକାର ଛୁଟି ଘୋଷଣା କରିଥିବା ଦିନ ରେ ବୈଠକ ଆୟୋଜନ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି କାଉନ୍ସିଲର। ସବୁଠାରୁ ଗୁରୁତ୍ଵ ହେଲା ଯଦି ସୋରଡା ଏନ ଏ ସି ର କର୍ମଚାରୀ ମାନେ ଉପସ୍ଥିତ ନ ରହିବେ ତେବେ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଇପାରିବେ କାର୍ଯ୍ୟନିର୍ବାହୀ ଅଧିକାରୀ। ସରକାରୀ ନିର୍ଦେଶନାମା ପ୍ରକାରେ ଘୋଷଣା ହୋଇଥିବା ଛୁଟି ଦିନ ରେ କର୍ମଚାରୀ ମାନଙ୍କୁ ବାଧ୍ୟ କରାଯାଇପାରିବନି, କେବଳ ଜରୁରୀ ପରିସ୍ଥିତି ରେ ସରକାରଙ୍କ ନିର୍ଦେଶନାମା ପ୍ରକାରେ ଛୁଟି ଦିନ ଅଫିସର ମାନେ କାର୍ଯ୍ୟ କରିପାରିବେ। ତେବେ ସୋରଡା ରେ ଆୟୋଜିତ ଏହି ବୈଠକ ରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ ବୈଠକ ଆୟୋଜନ କରିବା ପାଇଁ କୌଣସି ସ୍ଵତନ୍ତ୍ର ଘୋଷଣା ନାମା ହେଇଥିବା ଦ୍ରୁଷ୍ଟି ଗୋଚର ହେଇନାହି, ଏପରି ପରିସ୍ଥିତି ରେ କିପରି ବୈଠକ ଆୟୋଜନ କରାଯାଇଛି ବୋଲି ଏବେ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ ପଠାଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ, ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଏହି ବୈଠକ ବାତିଲ କରିବା ପାଇଁ ଅନୁରୋଧ କରିଛନ୍ତି ୦୮ ନମ୍ବର ୱାର୍ଡ ର କାଉନ୍ସିଲର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ