ମିଡ଼ିଆ ଫୋରମ୍ ର ଆଲୋଚନା ଚକ୍ର

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମା ଗଙ୍ଗାଦେବୀ ଙ୍କ ପୀଠ ଠାରେ ଅସ୍ତରଙ୍ଗ ମିଡ଼ିଆ ଫୋରମ ପକ୍ଷରୁ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କ ଭୂମିକା ଓ ମୌଳିକ ସମସ୍ୟା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ଫୋରମର ସଭାପତି ପ୍ରମୋଦ କୁମାର ଦାସଙ୍କ ସଭାପତିତ୍ୱ ରେ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳ ରେ କାର୍ଯ୍ୟରତ ପେଷାଦାର ସାମ୍ବାଦିକ ମାନେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନଙ୍କର ସମସ୍ୟା ଯଥା ,ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମ୍ବାଦିକ ମାନଙ୍କର ପିତା ମାତାଙ୍କୁ ସାମିଲ କରିବା ସହିତ ବିଜୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କ ପରିବାରକୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ରାଜ୍ୟ ସରକାର ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ଏବଂ ଅବସର ଗ୍ରହଣ କରିଥିବା ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସାମିଲ କରିବା ପାଇଁ ଆଲୋଚନା ରେ ସରକାର ନିକଟରେ ଦାବୀ କରାଯାଇଥିଲା । ଏଥିସହିତ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କ ସହିତ ଘଟୁଥିବା ବିଭିନ୍ନ ଉଦ୍ଦେଶ୍ୟ ମୂଳକ ଭାବେ ଥାନାରେ ହେଉଥିବା ମିଥ୍ୟା ଅଭିଯୋଗ ସମ୍ପର୍କରେ ସଠିକ ତଦନ୍ତ ବୈଠକରେ ଦାବୀ ଉପସ୍ଥାପନ କରାଯାଇଥିଲା ।କାକଟପୁର ଓ ଅସ୍ତରଙ୍ଗ ବ୍ଲକର ସମସ୍ତ ମୌଳିକ ସମସ୍ୟା ସମ୍ପର୍କରେ ଖବର ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କର ସାମ୍ବାଦିକ ମାନଙ୍କର ଦୃଢ଼ ଉପସ୍ଥାପନା ପାଇଁ ନିଷ୍ପତି ନିଆଯାଇଥିଲା ।ସାମ୍ବାଦିକ ବିଜୟ ବେହେରାଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବରିଷ୍ଠ ସାମ୍ବାଦିକ ଉପସଭାପତି ବିପିନ ଦାସ,ପ୍ରକାଶ ବେହେରା, ପ୍ରସାର ଖୁଣ୍ଟିଆ, ମାନସ ରଞ୍ଜନ ଖଣ୍ଡୁଆଳ, ଅନିଲ ବାରିକ, ନରେନ୍ଦ୍ର ଛାଟୋଇ, ରୁପେଶ ସାହୁ, ପ୍ରସନ୍ନ ଜେନା, ଶଶିକାନ୍ତ ତ୍ରିପାଠୀ, ଟୁଲୁ ବେହେରା,ଦେବଦତ୍ତ ବିଶ୍ୱାଳ,ଚିନ୍ମୟ ପୋଲେଇ ,ସଞ୍ଜୟ ପତି, କମଳ ଲୋଚନ ଦୀକ୍ଷିତ,ଭାଗବତ ସ୍ୱାଇଁ ,ବିନୋଦ ସେଠୀ, କାର୍ତ୍ତିକ ସାହୁ,ଆଦିତ୍ୟ ରାଉତ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ