ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା କୋଣାର୍କସ୍ଥିତ ବିଜୁ ପଟ୍ଟନାୟକ କ୍ରୀଡ଼ା ସଦନ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ପ୍ରକୃତିକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ , ବିଶ୍ୱ ତାପମାନ ଓ ଜଳବାୟୁ ପରିବର୍ତ୍ତନ ଆଦି ବିପର୍ଯ୍ୟୟ ମୁଖରୁ ବଞ୍ଚାଇ ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ମୌସୁମୀ ତଥା ବର୍ଷା ଋତୁରେ ସମସ୍ତେ ନିଜ ନିଜ ଅଞ୍ଚଳରେ କିଛି ନା କିଛି ବୃକ୍ଷ ରୋପଣ କରିବାକୁ ଅତିଥି ମାନେ ଆହ୍ଵାନ ଦେଇଥିଲେ।ପୁଥିବୀ ପୃଷ୍ଠରେ ବ୍ୟାପକ ମାତ୍ରାରେ ପର୍ଯ୍ୟାପ୍ତ ବୃକ୍ଷ ରୋପଣ ହିଁ ପ୍ରକୃତି ସଂରକ୍ଷଣର ମୂଳ ଉତ୍ସ ଓ ଉପାଦାନ ବୋଲି ବୃକ୍ଷପ୍ରେମି ଶ୍ରୀ ବିଶ୍ବାଳ ମତବ୍ୟକ୍ତ କରିଛନ୍ତି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସୁଶିଲ ଶତପଥି, ରାମଚନ୍ଦ୍ର ଗୋଚ୍ଛାୟତ, ରାଜୁ କାଣ୍ଡି ଓ କୁମଣ୍ଡ କାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ