ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ଏଲିମେଣ୍ଟାରୀ ବିଭାଗ ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷକ ୟୁ.ରବିକୁମାର ସଂଯୋଜନା କରିଥିବା ବେଳେ ବରିଷ୍ଠ ଗବେଷକ ଡକ୍ଟର ବ୍ରଜ କିଶୋର ପାଢ଼ୀ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ଶ୍ରୀ ପାଢ଼ୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଶଙ୍କର ଦାଶ, ଅମୀୟ ରଞ୍ଜନ ଭୂୟାଁ, ସୁକାନ୍ତି ରାଜଗୁରୁ, ଲକ୍ଷ୍ମୀପ୍ରିୟା ବେହେରା, ଅଞ୍ଜଳି କହଁର, ଦେବୀ ଶବର, ଲାଣ୍ଡ ନାୟକ, ଯାଜ୍ଞସେନି ଡାକୁଆ ଓ ଛାତ୍ରୀବୃନ୍ଦ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କ ଗୁଣଗାନ କରିବା ସହ ଅବସର ଜୀବନ ଶାନ୍ତିରେ କଟିବା ପାଇଁ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ