ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ନେଇ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ସହରର ଫେଣ୍ଟାସି ହୋଟେଲ ସଭା ଗୃହରେ ସଦର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ରାସ୍ତା ର ଅବସ୍ଥା ଶୋଚନୀୟ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଯୁବନେତା ବିକ୍ରମ ପଣ୍ଡା ସୂଚନା ଦେଇ କହିଥିଲେ, ସଦର ନିର୍ବାଚନୀ ମଣ୍ଡଳୀର ଉପ ନିର୍ବାଚନ ରେ ଲୋକଙ୍କୁ ବିକାଶର ସ୍ବପ୍ନ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ବିଧାୟକ ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଥିଲେ।ରାସ୍ତାର ଅବସ୍ଥା ଶୋଚନୀୟ ଅବସ୍ଥା ହୋଇଥିବା ବେଳେ ଗ୍ରାମାଞ୍ଚଳ ର ସମସ୍ତ ରାସ୍ତାକୁ ତୁରନ୍ତ ନିର୍ମାଣ ସମ୍ପୂର୍ଣ୍ଣ କରିବା ଓ ପ୍ରକୃତ ହିତାଧିକାରୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ନୂତନ ହିତାଧିକାରୀ ତାଲିକା ପ୍ରସ୍ତୁତ କରିବା ଦାବିରେ ଅଗଷ୍ଟ ୯ ତାରିଖ ବୁଧୁବାର କ୍ରାନ୍ତି ଦିବସରେ ଦିନିକିଆ ଅନଶନରେ ବସିବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।ଏହି ସମ୍ମିଳନୀରେ ସଦର ନିର୍ବାଚନୀ ମଣ୍ଡଳୀର ନେତୃମଣ୍ଡଳୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ